ବାରମ୍ବାର ଦାବି ହେବା ପରେ ସରକାର ଗୋଟିଏ କମିଟି ଗଠନ କଲେ । 27 ଦିନ ସବୁ ରେକର୍ଡ ଯାଞ୍ଚ କରି ରିପୋର୍ଟ ଦାଖଲ କରିଛି କମିଟି । ହେଲେ ସରକାର ଏବେ ଯାଏଁ କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ଆସନ୍ତା ମେ 19ରେ ସଚିବାଳୟ ଘେରାଉ କରିବ କଂଗ୍ରେସ । ଏହାସହ ସରକାରଙ୍କର କୌଣସି କୋଭିଡ କଟକଣାକୁ ମାନିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । 5-Tସଚିବଙ୍କର କାହିଁକି ନିଦ ଭଙ୍ଗୁନି । ଯେ ପର୍ଯ୍ୟନ୍ତ ବେଆଇନ ରେକର୍ଡ ପରିବର୍ତ୍ତନ ନହୋଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୁର କହିଛନ୍ତି ।
ମେ 19ରେ ସଚିବାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର: ମେ 19ରେ ସଚିବାଳୟ ଘେରିବ କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । 2012ରେ ଜଣେ ସେଟେଲମେଣ୍ଟ ଅଫିସର ହଠାତ ଜଟଣୀ ଅଞ୍ଚଳର 13ଟି ଗାଁର ସ୍ଥିତିବାନ ସମ୍ପତ୍ତିକୁ ଜଗନ୍ନାଥଙ୍କ ନାମରେ କରିଦେଲେ । 9 ବର୍ଷ ହେଲା ଅନେକ ଆନ୍ଦୋଳନ ହେଲାଣି । 1 ଲକ୍ଷ 72 ହଜାର ଲୋକ ତଳିତଳାନ୍ତ ହୋଇଗଲେଣି । 2012ରେ ଯେଉଁ ସ୍ଥିତି ଥିଲା ତାହା କରାଗଲା ନାହିଁ ।
Download Argus News App
