ଯଦି ଆପଣଙ୍କ ସାଥୀ ଆପଣଙ୍କୁ ବିବାହର ପ୍ରତିଶୃତି ଦେଇ ଆପଣଙ୍କ ସହ ଶାରୀରିକ ସଂମ୍ପର୍କ ରଖେ , ତେବେ ସେହି ସମ୍ପର୍କ ରଖିବା ବଳାତ୍କାର ନୁହେଁ . ଏପରି ରାୟ ଶୁଣାଣି କରିଛନ୍ତି ଓଡିଶା ହାଇକୋର୍ଟ. ଭଲ ସମ୍ପର୍କ ଥାଇ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଓ ମନ୍ଦ ଉଦ୍ଦେଶ୍ୟ ଥାଇ ମିଛ ପ୍ରତିଶୃତିରେ ଶାରିରୀକ ସମ୍ପର୍କ ରଖିବା , ଦୁଇଟା ଏକା କଥା ନୁହେଁ ବୋଲି କହିଛନ୍ତି କୋର୍ଟ.
ପ୍ରେମ ସମ୍ପର୍କ ହେଉଛି ଏକ ପବିତ୍ର ଶବ୍ଦ. ଏ ସମ୍ପର୍କ ସେଇଠି ଗଢି ଉଠେ, ଯେଉଁଠି ଦୁଇଟି ମନର ମିଳନ ହୁଏ, ଦୁଇଟି ଆତ୍ମାର ମିଳନ ହୁଏ . ଆଉ ସମ୍ପର୍କରେ ନିବିଡତା ଆସିଲେ , ଦୁଇଟି ଶରୀରର ମିଳନ ହୁଏ. ଯେଉଁଠି ଥାଏ, ଅନେକ ଆଶା, ଅନେକ ସ୍ବପ୍ନ ଆଉ ପରସ୍ପର ସହ ସାଥୀ ହୋଇ ରହିବାର ପ୍ରତିଶୃତି . ସେଇଠି ଏହି ଶାରୀରିକ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବନି ବୋଲି ରାୟ ଦେଇଛି କୋର୍ଟ . କାରଣ ଉଭୟ ପକ୍ଷରୁ ଶାରୀରିକ ସମ୍ପର୍କକୁ ସହମ୍ମତି ମିଳିଥିବା ବେଳେ ପରସ୍ପର ସହ ସାଥି ହୋଇ ରହିବାର ପ୍ରତିଶୃତି ରହିଛି.
ହେଲେ ଅନେକ ସମୟରେ ଯୁବକ କେବଳ ଯୌନ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ମହିଳାଙ୍କ ସହ କିଛି ସମୟ ପାଇଁ ଶାରୀରିକ ସମ୍ପର୍କ ରଖିଆନ୍ତି,ଯାହାକୁ ବଳାତ୍କାର ବୋଲି କୁହାଯାଇପାରେ ବୋଲି କୋର୍ଟ ମତ ଦେଇଛି. ଏପରି କେସରେ ଅଭିଯୁକ୍ତ ବିରୋଦ୍ଧରେ ବଳାତ୍କାର ମାମଲା ପଞ୍ଜୀକୃତ ହୋଇପାରେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି.
ଭୁବନେଶ୍ବରରେ ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ୪୨୦, ୩୭୬ ଓ ୫୦୬ ଦଫାରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯାହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଜଣଙ୍କ ହାଇକୋର୍ଟ ଯାଇଥିଲେ। ଏହି ମାମଲାର ଶୁଣାଣୀ କରି ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ବିରୋଧରେ ଥିବା ଆଇପିସିର ଧାରା ୩୭୬ କୁ ଉଚ୍ଛେଦ କରିଛନ୍ତି .