ଅଧକ ପଢନ୍ତୁ : ଶତାବ୍ଦୀର ବଡ଼ ଦୁର୍ଘଟଣା, ଧିରେ ଧିରେ ଉଠୁଛି ପରଦା
ଜୁନ ୨ ତାରିଖରେ ଅପ ଲାଇନରୁ ଲୁପ ଲାଇନକୁ ଆସି ମାଲଗାଡି ସହ ପିଟି ହୋଇଯାଇଥିଲା କରମଣ୍ଡଳ ଏକ୍ସପ୍ରେସ । ଭୟଙ୍କର ଦୁର୍ଘଟଣା ନେଇଥିଲା ୨୯୩ ଜଣଙ୍କ ଜୀବନ । ସିଗନାଲରେ ଗଡ଼ବଡି ଥିବାର ସାଂଘାତିକ ସତ ଆସିଥିଲା ସାମ୍ନାକୁ । ପୂରା ବ୍ୟବସ୍ଥାରେ ଟାମ୍ପରିଂ ହୋଇଥିଲା ଅଭିଯୋଗ । ଏବେ ଅରୁଣ, ଆମିର ଓ ପପୁ ସିବଇଆଇ ପଞ୍ଝାରେ । ତେଣୁ ଏବେ ପ୍ରଶ୍ନ ସିଗନାଲ୍ ଟାମ୍ପରିଂ ପଛରେ ଏହି ତିନି ଜଣ ଅଛନ୍ତି କି ? ଏମାନଙ୍କୁ କିଏ ମୋହରା ବନାଇ କରିଛି କି ବଡ଼ ଷଡଯନ୍ତ୍ର ? ସିବିଆଇକୁ ଏ ନେଇ ମିଳିଛିକି ବଡ଼ ସୁରାଗ୍ ?
ଅଧିକ ପଢନ୍ତୁ : ବାହାନଗା ଟ୍ରେନ ଟ୍ରାଜେଡି : ୩ ଜଣଙ୍କୁ ଗିରଫ କଲା ସିବିଆଇ
ଅନ୍ୟପକ୍ଷରେ ମାମଲାର ତଦନ୍ତ କରୁଥିବା ରେଳବାଇ ସୁରକ୍ଷା କମିଶନର ବା ସିଆରସି ଗତ ସପ୍ତାହରେ ତାଙ୍କ ରିପୋର୍ଟ ଦେଇଥଲେ । ସିଗ୍ନାଲିଂ ବିଭାଗର କର୍ମଚାରୀମାନଙ୍କୁ କମିଶନର ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିଲେ । କୌଣସି ପ୍ରକାର ବୈଷୟିକ ତ୍ରୁଟି ବା ମେସିନ୍ ଖରାପ ଯୋଗୁଁ ଏହି ଦୁର୍ଘଟଣା ଘଟି ନଥିଲା ବୋଲି ସିଆରସି ରିପୋର୍ଟ ଦେଇଥିଲେ । କିଛି କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସିଆରସି କହିଥିଲେ । ତେଣୁ ଏବେ ସିବିଆଇ ଆକ୍ସନ ସିଗନାଲିଂ ତ୍ରୁଟି କ୍ଲିଅର କରିଥିବା ବେଳେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି ନାହିଁ ତାର ଖୁଲାସା କରିବ ବୋଲି ଆଶା କରାଯାଉଛି ।