ତା ସହିତ ଶାନ୍ତି ଏବଂ ମୈତ୍ରୀ ପାଇଁ ଗୋଟିଏ ପକ୍ଷୀ ର ମଧ୍ୟ ଆର୍ଟ କରିଛନ୍ତି। ଆଜି ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ନୂଆପଡ଼ା ସହର ଏହି ଡାକ୍ତର ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ସମୟରେ ବିଭିନ୍ନ ପ୍ରକାର ଫୁଡ୍ ଆର୍ଟ କରି ଚର୍ଚ୍ଚାରେ ରହିଛନ୍ତି ଡାକ୍ତର ଜୋର୍ଡାନ ।
ସେହିପରି ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବାଲୁକାକୃତି ଜରିଆରେ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ।
ପୁରୀ ନିଳାଦ୍ରୀ ବେଳାଭୁମୀରେ ଗଢିଥିବା ଏକ ଆକର୍ଷଣୀୟ ବାଲୁକାକଳାରେ ଖାଲି ଯେ ଦେଶବାସୀଙ୍କୁ ୭୪ ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇଛନ୍ତି ତାହା ନୁହେଁ ଯୁବଶକ୍ତିର ବିକାଶର କଥା ମଧ୍ୟ ଚିତ୍ରକଳା ମାଧ୍ୟମରେ ଦର୍ଶାଇଛନ୍ତି। ତେବେ ଏହି ବାଲୁକାକୃତୀକୁ ଅଧିକ ସୁନ୍ଦର କରିବା ସହ ମୁଲ୍ୟବାନ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ସୁଦର୍ଶନ। ପୁରୀ ବେଳାଭୁମିରେ ଆଜି ସୁଦର୍ଶନଙ୍କ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।