ଗୋଟିଏ କପିକୁ ଜେରକ୍ସ ପାଇଁ ଦେଇ ୫ ଟଙ୍କା ବଢାଇ ଦେଇଥିଲେ । ଦୋକାନୀ ଜଣକ ଉକ୍ତ କପିକୁ ଜେରକ୍ସ କରିଥିଲେ ହେଁ ବଳକା ୩ ଟଙ୍କା ଫେରାଇନଥିଲେ । ଫଳରେ ଉକ୍ତ ୩ ଟଙ୍କା ଫେରସ୍ତ ମାଗିବାରୁ ଦୋକାନୀ ଜଣକ ଫ୍ରଫୁଲ ଦାସଙ୍କ ସହ ଯୁକ୍ତିତର୍କ କରି ଦୂର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା ।
ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ୫ ଟଙ୍କା ଫେରସ୍ତ ସହ ମୁଁ ଭିକାରୀକୁ ୫ ଟଙ୍କା ଦାନ କରିଦେଲି ବୋଲି ପ୍ରକାଶ କରିଥିଲେ। ଏହାଦ୍ଵାରା ସେ ଗଭୀର ଅପମାନିତ ସହ ମାନସିକ ଚାପଗ୍ରସ୍ତ ହୋଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଫଳରେ ମାନ୍ୟବର ଖାଉଟି ଅଦାଲତ ଏହାର ଶୁଣାଣି କରି ଦୋକାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ନେଇ ଅଦାଲତ ଦର୍ଶାଇଛନ୍ତି ।
ତାଙ୍କ ରାୟରେ ବଳକା ୩ ଟଙ୍କା ଫେରସ୍ତ ସହ ମାନସିକ ଅଶାନ୍ତି ଏବଂ ନିର୍ଯାତନା ପାଇଁ ୩୦ ଦିନ ମଧ୍ୟରେ ଆବେଦନକାରୀ ସାମ୍ବାଦିକ ପ୍ରଫୁଲ ଦାସଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ସମୟ ମଧ୍ୟରେ ଜରିମାନା ନ ଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...