ଭୁବନେଶ୍ୱର: ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ୪୮ ଘଣ୍ଟା ଯାଏଁ ଝିପ୍ ଝିପ୍ ବର୍ଷା ଲାଗି ରହିବ । କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଜାରି କରିଛି । ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ । ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଗତ ଦୁଇ ଦିନ ହେବ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ୮ ତାରିଖ ପରେ ବର୍ଷାର ପରିମାଣ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ବଙ୍ଗୋପସାଗର ଅଶାନ୍ତ ରହିବ । ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱଭାବିକ ବର୍ଷା ହୋଇନାହିଁ । ମୌସୁମୀ ସକ୍ରିୟ ଥିବାରୁ ଆଗାମୀ ଦିନରେ ସ୍ୱଭାବିକ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ କହିଛି ।
ଅର୍ଗସ ବ୍ୟୁରୋ: ବାଲେଶ୍ୱର ନୀଳଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆ ବିଲଡିଂର ଚଟାଣରେ ଶୋଇଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ରାତି 12ଟା ବେଳକୁ ହଠାତ୍ କରିଡର ଓ ୱାର୍ଡ ଭିତରକୁ ଜୋରରେ ମାଡ଼ିଆସିଥିଲା ବର୍ଷା ପାଣି। ଦେଖୁ ଦେଖୁ ଚାରିଆଡ଼େ ଖେଳିଯାଇଥିଲା ବର୍ଷା ପାଣି। ହଠାତ୍ କେହି କିଛି ବୁଝି ପାରିନଥିଲେ। ନୂଆ କରି ନିର୍ମିତ ହସପିଟାଲ ବିଲଡିଂ ଭିତରକୁ ଏତେ ପାଣି ଆସିଲା କେଉଁଠାରୁ। କେଉଁ ରୋଗୀଠାରେ ସାଲାଇନ ଲାଗିଥିଲା ତ କେଉଁ ଗୁରୁତର ରୋଗୀ ବେଡ୍ଅ ନପାଇ ଚଟାଣରେ ଶୋଇଥିଲେ। ସମ୍ପର୍କୀୟମାନେ ଜୀବନ ବିକଳରେ ସେମାନଙ୍କୁ ଶୁଖିଲା ଜାଗାକୁ ଟେକି ନେଇଥିଲେ।
ରୋଗୀ ଓ ସମ୍ପର୍କୀୟମାନେ ରାତିଅଧିଆ କଲବଲ ହେଉଥିବା ବେଳେ କୌଣସି ଡାକ୍ତର କିମ୍ବା ଅଧିକାରୀଙ୍କର ଦେଖା ମିଳିନଥିଲା। ଏ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ଇଏ ଖୋର୍ଦ୍ଧା ଓଳସିଂ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୃଶ୍ୟ। ଦିନ ସାଢେ 11 ଟା ବାଜି ଲାଣି। ଡାକ୍ତର କିମ୍ବା କମ୍ପାଉଣ୍ଡରଙ୍କର ଦେଖା ନାହିଁ। ରୋଗୀମାନେ ଡାକ୍ତରଖାନାରେ ରୁଣ୍ଡ ହୋଇ ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି।
ସକାଳ 8ଟାରୁ ଡାକ୍ତରଖାନା ଖୋଲିଲାଣି କିନ୍ତୁ ଡାକ୍ତର ଓ କମ୍ପାଉଣ୍ଡରଙ୍କ ଚୌକି ଖାଲି ପଡ଼ିଛି। ଗାଁ ଲୋକଙ୍କ କହିବା ହେଲା ଇଏ ନିତିଦିନିଆ କଥା।ବଡ଼ ବଡ଼ ବିଲଡିଂ ଛିଡ଼ା କରି ରଙ୍ଗ ବୋଳି ଚିକକ୍ଣ କରିଦେଲେ ହେବନି। ରୋଗୀ ସେବା ଯଦି ମିଳିବ ନାହିଁ ଏସବୁ ମୂଲ୍ୟହୀନ। କେବଳ ନୀଳଗିରି କିମ୍ବା ଖୋର୍ଦ୍ଧାର କଥା ନୁହେଁ ସାରା ରାଜ୍ୟରେ ସ୍ବାସ୍ଥ୍ୟସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଛି। ଯାହା 23 ବର୍ଷ ସ୍ଥିର ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୦ମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ସେଠାରେ ବସବାସ କରୁଥିବା ପଶ୍ଟିମ ଓଡିଶାବାସୀ।
ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: