ଚିଲିକାରେ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ପାଇଁ ନର୍ମାଣ ହେବ ଦେଶର ସବୁଠୁ ବଡ ରୋପ୍ ଓ୍ବେ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରିବ ରୋପ୍ ୱେ । କୃଷ୍ଣପ୍ରସାଦ ବ୍ଲକ ପ୍ରୟୋଗ ଠାରୁ କାଳିଜାଇକୁ ପ୍ରାୟ ୫.୩ କିମି ଲମ୍ବା ନିର୍ମାଣ ହେବ ରୋପ ଓ୍ବେ। ଏହି ରୋପ ୱେ ନିର୍ମାଣ ହେଲେ ପର୍ଯ୍ୟଟକ ସୁରକ୍ଷିତ ଯାତ୍ରା କରିବା ସହ ଚିଲିକାର ମଜା ନେବେ। ଚିଲିକାରେ ଡ଼ଙ୍ଗାରେ ପର୍ଯ୍ୟଟକମାନେ ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରି କାଳିଜାଇ ଦର୍ଶନ କରିଥାନ୍ତି । ତେଣୁ ଏଭଳି ରୋପ ୱେ ପ୍ରୋଜେକ୍ଟକୁ ଚିଲିକାର ସାତପଡ଼ା , କୃଷ୍ଣପ୍ରସାଦକୁ ସଂଯୋଗ କରାଗଲେ ଏହା ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ସହ ବୁଦ୍ଧିଜୀବୀ। ଚିଲିକାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା ଲକ୍ଷରେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି ।
ଏନଏଚ ଆଇ ସବସିଡାରି ସଂସ୍ଥା ନ୍ୟାଶନାଲ ହାଇୱେର ଲଜିଷ୍ଟିକ ମ୍ୟାନେଜମେଣ୍ଟ ଲିମିଟେଡ଼ (ଏନଏଚ ଏଲ ଏମ) ଅପହଞ୍ଚ ଅଞ୍ଚଳକୁ ସଂଯୋଗ କରିବା ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱ ଥିବା ଅଞ୍ଚଳରେ ରୋପୱେ ନିର୍ମାଣ କରିଛନ୍ତି । ଏହାକୁ ନଜରରେ ରଖି ଓଡ଼ିଶାର ପର୍ବତମାଳା ଯୋଜନାରେ ୧୦ ଟି ରୋପ ୱେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଚିଲିକାରେ ଦେଶର ସବୁଠାରୁ ୫.୩ କିମିର ନିର୍ମାଣ ହେବ । ଯାହା ସମ୍ପୂର୍ଣ୍ଣ ଭାବରେ ପୁରୀ ଜିଲ୍ଲାରେ ହିଁ ରହିବ । ଏହି ଖବର ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ। ପରିବେଶବିତ ମାନେ କହିଛନ୍ତି ଚିଲିକାକୁ ପ୍ରତିବର୍ଷ ହଜାର ହଜାର ଦେଶବିଦେଶର ପକ୍ଷୀ ଉଡି ଆସିଥାନ୍ତି। କିନ୍ତୁ ରୋପ ଓ୍ବେ ହେଲେ ତାହା ପକ୍ଷୀଙ୍କ ଅକାଳରେ ମୃତ୍ୟୁ ହେବା ସୁନିଶ୍ଚିତ। ଫଳରେ ପକ୍ଷୀ ଙ୍କ ସଂକ୍ଷା ହ୍ରାସ ପାଇବା ସହ ଜୈବବିବିଧତା ଉପରେ ପ୍ରଭାବ ପଡିବ ବୋଲି ପରିବେଶବିତ ରମାଶଙ୍କର ପାତ୍ର ଅଭିଯୋଗ କରିଛନ୍ତି।
ପୂର୍ବରୁ ଚିଲିକାରେ ସିପ୍ଲେନ୍ କୁ ପରିବେଶବିତ ମାନେ ବିରୋଧ କରିଥିବା ବେଳେ ଏବେ ପୁଣି ରୋପ ଓ୍ବେ କୁ ବିରୋଧକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସେପଟେ ରୋପ ଓ୍ବେ ଚିଲିକା ଉପରେ କୁ ପ୍ରଭାବ ପକାଉଥିବା ଓ ପକ୍ଷୀ ପାଇଁ ବିପଦ ସାଜିବା ଆଶଙ୍କା ପ୍ରକଟ କରି ପରୀବେଶବିତ ମାନେ ରୋପ ଓ୍ବେ କୁ ବିରୋଧ କରୁଛନ୍ତି। ତେବେ ପରବର୍ତ୍ତୀ ସମୟରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।