ତିରିମଲର ଏହି ସ୍ଥାନର ନାଁ ହେଉଛି, ନଅର ହୁଦା ବା ନଅର ହୁଡା। ସ୍ଥାନୀୟ ଅଧିବାସୀଙ୍କ ମତରେ ଦିନେ ଏଠି ରାଜ ନହର ଥିଲା। ଯାହା ପ୍ରମାଣ କରୁଛି ଏହାର ନାଁ। ନହର ଥିବା ବୋଲି ଏହାର ନାମ ନଅରହୁଦା। ଏଣୁ ଏଠାରେ ଅଧିକ ଖନନ କଲେ, ବହୁ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ଅଧିବାସୀ ଓ ରାଜନେତା।
କେବଳ ଚଳିତବର୍ଷ ନୁହେଁ ପୂର୍ବବର୍ଷ ମଧ୍ୟ ଏଠାରେ ଖନନ କାର୍ଯ୍ୟ କରାଯାଇଥିଲା ବୋଲି କୁହନ୍ତି ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଛୋଟରାଏ। କିନ୍ତୁ ସେତେବେଳେ କ’ଣ ମିଳିଥିଲା ସେ ନେଇ ଗଣମାଧ୍ୟମ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲା। କିନ୍ତୁ ଏ ବର୍ଷ ଏହି ସମଗ୍ର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଖନନ କାର୍ଯ୍ୟ କରାଯାଉଛି। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ଖନନ ବେଳେ ବାହାରୁଥିବା ସାମଗ୍ରୀ ରଖାଯାଉଛି।
ପ୍ରାଥମିକ ପର୍ଯ୍ୟାୟ ଖନନରୁ ଏଠାରୁ କେବଳ ଖପରା ମିଳିଛି। ୧୫ ଜଣିଆ ଟେକ୍ନିକାଲ ଟିମ ଖନନ କାର୍ଯ୍ୟରେ ଲାଗିଛନ୍ତି। ନିକଟରେ ଥିବା ଅଳଁାଯୋଡିରେ ମଧ୍ୟ ଖନନ କାର୍ଯ୍ୟ କରାଯାଉଛି। ଆଗାମୀ ଦିନରେ ଅନେକ କିଛି ମିଳିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ