ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ମାତ୍ର ସତ୍ୟଜିତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା l
ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ସେ ଜନ୍ମ ହୋଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେଶା ଭାବେ ଆପଣାଇ ନେଇଥିଲେ।