ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବା ସହ ହାତରେ ସାନିଟାଇଜର ମାରିବା ଇତ୍ୟାଦି ସ୍ଲୋଗାନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରାଯାଉଛି । କରୋନା ମହାମାରୀରେ ବହୁ ଲୋକଙ୍କ ଜୀବନ ହାନି ହେଉଛି । ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ଟିକା ବାହାରି ନଥିବାରୁ, କେବଳ ସଚେତନତା ମାଧ୍ୟମରେ ଏହି ମହାମାରୀ ରୁ ବର୍ତ୍ତି ପାରିବା । ଭଦ୍ରକ ସହରାଞ୍ଚଳ
ଥାନା ପରିସରରୁ ରାଲି ବାହାରି ସହର ପରିକ୍ରମା କରିଥିଲା । ସାମାଜିକ ଦୂରତା ଅବଲମ୍ବନ, ମୁହଁରେ ମାସ୍କ ପିନ୍ଧିଲେ ଏହି ରୋଗରୁ ବର୍ତ୍ତି ପାରିବା ନେଇ ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଏକ ସଚେତନତା ଅଭିଯାନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।