ଏହି ଦ୍ୱିତୀୟ ଲହରୀରେ ଜୁଆଙ୍ଗ ଅଧିବାସୀମାନେ କିପରି ମହାମାରିରୁ ରକ୍ଷା ପାଇବେ ସେନେଇ ପ୍ରଶାସନ ସଜାଗ ହୋଇଛି । ଜୁଆଙ୍ଗ ମୂଳ ଅଞ୍ଚଳ ଭାବେ ପରିଚିତ ଗୋନାସିକା ଓ ଆଖପାଖ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି ।
ଜିଲ୍ଲା ପ୍ରଶାସନ, ଜୁଆଙ୍ଗ ଉନ୍ନୟନ ପ୍ରକଳ୍ପ, ସ୍ୱେଛାସେବୀ ସଂଗଠନ ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ ଅଞ୍ଚଳରେ ମାସ୍କ ପରିଧାନ, ପରିଷ୍କାର ଓ ସାମାଜିକ ଦୂରତ୍ୱ ନେଇ ସଚେତନତା ରଥ ଗଡାଇବା ସହ ଗାଁ ଗାଁ ବୁଲି ଅଧିବାସୀଙ୍କୁ ପ୍ରଶାସନ ବୁଝାଉଛି ।
ଏହା ସହ ଘର ଘର ବୁଲି ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଛି ପ୍ରଶାସନ । ଯାହାର କରୋନା ପଜେଟିବ ଲକ୍ଷଣ ଜଣାପଡୁଛି ତାକୁ ଔଷଧ ଦେବା ସହ ନିକଟସ୍ଥ ଟିଏମସିରେ ରହିବାର ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ କୌଣସି ଜୁଆଙ୍ଗ ଜନଜାତିର ଅଧିବାସୀ କରୋନା ରେ ଅତ୍ୟଧିକ ସଂକ୍ରମିତ ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।