ଅର୍ଗସ ବ୍ୟୁରୋ : ଲୋୟର ପିଏମଜିରେ ସରପଞ୍ଚ ଓ ସଭ୍ୟଙ୍କ ଧାରଣା । ରାଜ୍ୟର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ରାଜ୍ୟରେ କୋଭିଡ ସମୟରେ ସବୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଆଖ୍ୟା ଦିଆଯାଇଥିଲା । ସବୁ କାର୍ଯ୍ୟରେ ଭାଗିଦାରୀ ରହିଥିଲେ । କିନ୍ତୁ ଏବେ ସରପଞ୍ଚଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୨ ଦଫା ଦାବିରେ ଧାରଣା ଦେଇଛି ସରପଞ୍ଚ ସଂଘ । ସେପଟେ ଗାଁରେ ସରପଞ୍ଚଙ୍କ ପରି ସଭ୍ୟଙ୍କୁ ଲୋକଙ୍କ ଭୋଟ ମିଳିଥିଲେ ବି ମାନ୍ୟତା ମିଳିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସମିତି ସଭ୍ୟ ।
ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ର ଓ ରେକର୍ଡ଼ରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା ସହିତ, ପ୍ରତି ପଞ୍ଚାୟତରେ ସମିତି ସଭ୍ୟଙ୍କ ପାଇଁ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସଭ୍ୟମାନେ । ଏହା ସହିତ କାର୍ଯ୍ୟକାଳର ୫ ବର୍ଷ ପରେ ଅବସରକାଳୀନ ମାସିକ ୧୦ ହଜାର ଟଙ୍କା ଭତ୍ତା ଦାବି କରିଛନ୍ତି ସମିତି ସଭ୍ୟ ।
ଅର୍ଗସ ବ୍ୟୁରୋ : ପ୍ରତିବାଦ ଓ ନାରାରେ ଥରିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ୫୦୦ କି ୬୦୦ ନୁହେଁ ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ । ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଓର ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ଦିଗରେ ସମ୍ପୂର୍ଣ ବିଫଳ ହେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ବିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି,କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।
ଅଙ୍ଗନୱାଡି କର୍ମଚାରୀ ଟିଏ ୪୦ ବର୍ଷ ଚାକିରି କରି ଅବସର ନେଲାପରେ ରାଜରାସ୍ତାରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି । ଗୋଟିଏ ପଟେ ସରକାର ପୁରସ୍କାର ପାଉଥିବା ବେଳେ ଅନ୍ୟ ପଟେ ଯୋଜନାର ମୁଖ୍ୟ ଉଦେଶ୍ୟ ଯାହାଥିଲା ଆଜି ତାହା ଦିଗହରା । ସରକାରଙ୍କ ଭୋଟ ବ୍ୟାଙ୍କ ରାଜନୀତିରେ ଅଙ୍ଗନୱାଡି କର୍ମୀଙ୍କ ନାର୍ଯ୍ୟ ଅଧିକାର ପାଇବାର ଆଶା ଆଜି ମଉଳି ଯାଉଛି । ସରକାରଙ୍କୁ ଅନ୍ତିମ ଚେତାବନୀ ସ୍ବରୂପ ଆଜିର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏହା ପରେ ସରକାର ଯଦି ଦାବୀ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି କର୍ମୀ ।
ବ୍ରହ୍ମପୁର : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ସାନଘାଟି ବାହୁତୀପଲ୍ଲୀ ଗ୍ରାମରେ ଜଣେ ଯୁବକ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ ସ୍ବର୍ଗତ ଗଣେଶ ଜେନାଙ୍କ ପୁଅ ମହେଶ୍ବର ଜେନା ,ବୟସ ୩୮ବର୍ଷ। ସେ ରାତିରେ ଶୋଇଥିବା ବେଳେ ସକାଳୁ ନ ଉଠିବା ଦେଖି ଘର ଲୋକମାନେ ଉଠାଇଥିବା ବେଳେ ସେ ଅଚେତ ଅବସ୍ଥାରେ ଥିଲେ।
ଅଧିକ ପଢନ୍ତୁ : ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ
କ୍ଷତ ଶରୀରରେ ଥିବା ସହ ରକ୍ତ ସ୍ରାବ ହୋଇଥିବା ଦେଖି ସାପ କାମୁଡା ସନ୍ଦେହରେ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହେଶ୍ବରଙ୍କ ବଡ ଭାଇ ତୁରନ୍ତ ଖଲ୍ଲିକୋଟ ପୋଲିସକୁ ଜଣାଇଥିଲେ। ଏ ଏସ ଆଇ ହିମାଂଶୁ ପାତ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ମହେଶ୍ବରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।