ଭୁବନେଶ୍ୱର: ମାର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଜାରି । କରୋନା ପାଇଁ ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି । ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ ଓ ରୋଗାକ୍ରାନ୍ତଙ୍କୁ ଅନୁମତି ମନା କରାଯାଇଛି । ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରା କଟକଣା ହେଲେ ଆୟୋଜକ ଦାୟୀ ରହିବେ ।
ସେପଟେ ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣଙ୍କୁ ସାମିଲ କରିବାକୁ ଅନୁମତି । ଆବଶ୍ୟକ ପଡିଲେ ଅବରୋଧ ଅଞ୍ଚଳ ଘୋଷଣା ହୋଇପାରିବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ ।