ଭୁବନେଶ୍ୱର: ନିଜାମୁଦ୍ଦିନରୁ ଫେରିଛନ୍ତି ଷଷ୍ଠ କୋରୋନା ଆକ୍ରାନ୍ତ । ଫେରିଥିବା ଲୋକଙ୍କ ରିପୋର୍ଟ ଅନୁସାରେ ତବଲିଗ ଇ ଜମାତରୁ 27 ଜଣ ଫେରିଛନ୍ତି । ସେଥିରେ 7 ବିଦେଶୀ ଅଛନ୍ତି । ସେମାନଙ୍କ ମଧ୍ୟରୁ 21 ଜଣ ନେଗେଟିଭ୍ ଥିବା ବେଳେ ଜଣେ ପଜିଟିଭ୍ ଥିବା ଜଣାପଡ଼ିଛି । 5 ନମୁନା ଫଲାଫଳ ଆସିନି । ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯାଇଛି । ଆହୁରି 40 ଜଣ ଓଡ଼ିଆ ତବଲିଗ ଫେରନ୍ତା ଦିଲ୍ଲୀ, ବିହାର, ଆନ୍ଧ୍ରପ୍ରଦେଶରେ ଅଟକ ରହିଛନ୍ତି । ପଶ୍ଚିମବଙ୍ଗର ଏହି ଗୋଷ୍ଠୀର 10 ଜଣ ତାଳଚେର ବୁଲି ଯାଇଛନ୍ତି ବୋଲି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ପ୍ରଥମେ ଭୁବନେଶ୍ୱର ଓ ଭଦ୍ରକ ସଟ ଡାଉନ୍ ଘୋଷଣା ହୋଇଥିବା ବେଳେ କଟକରୁ ଷଷ୍ଠ ଆକ୍ରାନ୍ତ ଜଣାପଡ଼ିବା ପରେ ଏବେ କଟକକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କର୍ଫ୍ୟୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ 14 ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଦୃଢ଼ ପଦକ୍ଷେପ ପଛରେ କାରଣ ରହିଛି । ପ୍ରଥମେ ଭୁବନେଶ୍ୱରରୁ ଜଣାପଡ଼ିଥିବା ରୋଗୀ କୌଣସି ସ୍ଥାନକୁ ଯାତ୍ରା କରିନାହାନ୍ତି । ତାଙ୍କର କଣ୍ଟାକ୍ଟ ଲିଷ୍ଟ କାଢ଼ି ହେବନି । ତେଣୁ ଏହାକୁ ସାମାଜିକ ସଂକ୍ରମଣ କୁହାଯିବ । କଟକ ଏବଂ ଭୁବନେଶ୍ୱର ଜନବହୁଳ ସହର । ତେଣୁ ଘରେ ବନ୍ଦ କରି ସଂକ୍ରମଣର ଚେନ୍ ଭାଙ୍ଗିବାକୁ ପଡ଼ିବ ।
ଓଡ଼ିଶାରେ ଭୟାବହ ସ୍ଥିତି ଆସିନାହିଁ । ଯଦି ଆସେ ଏବେ ଠାରୁ କର୍ଫ୍ୟୁ କଥା ସ୍ମରଣ ରହିବା ଆବଶ୍ୟକ । ବାୟୁନୋର ଘାଟିରେ ଥାଏ ଏକ ସାଇନ ବୋର୍ଡ । ଶାନ୍ତ ସମୟରେ ଝାଳ ବୁହାଇଲେ ଯୁଦ୍ଧ ସମୟରେ ରକ୍ତ ବୁହାଇବାକୁ ପଡ଼ିବନି । କର୍ଫ୍ୟୁ ଗୋଟିଏ ଦୃଢ଼ ପଦକ୍ଷେପ । ଏହାର ଅନୁଭତି ସାମାଜିକ ବା ନାଗରିକଙ୍କୁ ଦରକାର ବୋଲି କହିଛନ୍ତି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଏହାସହ ସେ କହିଛନ୍ତି ଏହାକୁ ମାନିବା ପାଇଁ ସରକାର ଅପିଲ କରିଛନ୍ତି । ଏହି କର୍ଫ୍ୟୁ ଜାରି ହେଲା ଆଜି ରାତି 8ରୁ ରବିବାର 8 ପର୍ଯ୍ୟନ୍ତ । ପ୍ରଥମେ ଭୁବନେଶ୍ୱର ମୁନିସିପାଲ କର୍ପୁରେସନ ଏବଂ 14 ଜିପିରେ ଲାଗୁ ହୋଇଛି ଏହି କର୍ଫ୍ୟୁ । ଏହାବ୍ୟତୀତ କଟକ ପୌରାଞ୍ଚଳ ଏବଂ ଭଦ୍ରକ ପୌରାଞ୍ଚଳ ପୁରା ବନ୍ଦ । ଚିକିତ୍ସାଳୟ, ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ, କର୍ଫ୍ୟୁ ଅଧିନରେ ଥିବା ସହରରେ ଅଧିକ ମାତ୍ରାରେ ଆମ୍ବୁଲାନ୍ସ , ଟେଲିକମ୍ ବ୍ୟବସ୍ଥା ଚାଲୁ ରହିବ ।
ପେଟ୍ରୋଲ ପମ୍ପ ପୌରାଞ୍ଚଳ କର୍ତ୍ତୃପକ୍ଷ ବାଛିବେ, ମିଡିଆ, କୋଭିଡ-19 କଲ ସେଣ୍ଟର, ପରିମଳ, ଜଳ ପରିବହନ, ବିଦ୍ୟୁତ, ସମ୍ପୃକ୍ତ ପୌର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ଔଷଧ ଦୋକାନ ଖୋଲାରହିବ ବୋଲି କହଇଛନ୍ତି ବାଗଚୀ ।
ଲକ୍ ଡାଉନ କାଳୀନ ପାସ୍ ଗୁଡ଼ିକ ବର୍ତ୍ତମାନ ସମୟରେ ରଦ୍ଦ କରାଯାଇଛି । ଜାତୀୟ ରାଜପଥ ଖୋଲାରିହବ ବୋଲି ସେ କହିଛନ୍ତି ।
ଗତକାଲି ସଂକ୍ରମିତ ଦେଶ ଥିଲେ 203 ଏବଂ ଦୁଇ ଜାହାଜ । ଆଜି 204 ଟି ଦେଶରେ କୋରୋନା ପହଞ୍ଚିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା 937976 ଥିଲେ ଆଜି ଏହା, 10 ଲକ୍ଷ ପାର କରିଛି । ମୋଟ 1019340ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତକ 47289 ଥିଲେ ଆଜି ଏହି ସଂଖ୍ୟା 53322ରେ ପହଞ୍ଚିଛି । ଭାରତରେ 1965 ଆକ୍ରାନ୍ତଙ୍କ ସଂଖ୍ୟା ଥିବା ବେଳେ ଆଜି 2301 ଜଣ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 50 ଥିଲା ଆଜି ଏହା ଆଜି 56ରେ ପହଞ୍ଚିଛି । ଗତ 24 ଘଣ୍ଟାରେ 10 ଦିନର ସର୍ବାଧିକ ମୃତ ଏବଂ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି । କୋଭିଡର ରାଜ୍ୟ ଲିଷ୍ଟ ଅନୁସାରେ, ଗତକାଲି 900 ଟେଷ୍ଟ ହୋଇଥିଲା । ଆଜି 1113ଟି ଟେଷ୍ଟ ହୋଇଛି । ପଜିଟିଭ୍ 6, ସୁସ୍ଥ ହୋଇଛନ୍ତି ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ । ତୃତୀୟ ଏବଂ ଚତୁର୍ଥ 124 ଜଣ ଏବଂ 5ମ 30 ଜଣ ସଂସ୍ପର୍ଶରେ ଆସିଛନ୍ତି । ଷଷ୍ଠ ଆକ୍ରାନ୍ତ କେତେ ଜଣ ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିନି ଟ୍ରେସିଂ ଚାଲିଛି । କୋରୋନା ସନ୍ଦୀଗ୍ଧ 60 ଜଣ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି ବାଗଚୀ ।
ସଂକ୍ରମଣ ହେବା ଲୋକଲଜ୍ଜାର କାରଣ ନୁହେଁ । ମାନସିକ ସନ୍ତୁଳନ ବଜାୟ ରଖନ୍ତୁ ବୋଲି ନିବେଦନ କରିଛନ୍ତି ସୁବ୍ରତ ବାଗଚୀ ।
