
ନବରଙ୍ଗପୁର: କୋରୋନା ସାଇଡ ଇଫେକ୍ଟ । କୋରୋନା କହିବାରୁ ସ୍ୱାମୀକୁ ଛାଡିଲେ ସ୍ତ୍ରୀ । ବୋହୁକୁ କୋରୋନା ହୋଇଛି ବୋଲି ଚିଡାଇବାରୁ ସ୍ୱାମୀଙ୍କ ହାତ ଛାଡିଲେ ନବବଧୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋର୍ଟରେ ।
ସୂଚନାନୁସାରେ, କୋରୋନା କହିବାରୁ ସ୍ୱାମିକୁ ଛାଡିଲେ ସ୍ତ୍ରୀ । ନବବଧୁକୁ ଥଣ୍ଡା ହୋଇଥିବାରୁ କୋରୋନା ହୋଇଛି ବୋଲି ଚିଡାଇଲେ ଶ୍ୱଶୁରଘର । ଅଭିମାନରେ ଘର ଛାଡିଲା ନବବଧୁ । ମାର୍ଚ୍ଚ ୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଜୟନ୍ତ ଓ ପୂଜା । ତେବେ ବାହାଘର ଆରମ୍ଭରୁ ହିଁ ଉଭୟଙ୍କ ପାଇଁ ସମସ୍ୟା ସାଜିଛି କୋରୋନା । ପୂଜାକୁ ଥଣ୍ଡା କାସ ହୋଇଥିବାରୁ ଶ୍ୱଶୁର ଘର ଲୋକେ କୋରୋନା ହୋଇଥିବା କହିଥିଲେ । ଆଉ ଏହାକୁ ଭିତ୍ତି କରି ବିବାହର ମାତ୍ର ୧୨ ଦିନ ପରେ ଘର ଛାଡିଛି ନବବିବାହିତା ପୂଜା।
ସେପଟେ ଝିଅଘର ଲୋକ ପୁଅ ବିରୋଧରେ ଆଣିଛନ୍ତି ଯୌତୁକ ନିର୍ଯ୍ୟାତନାର ଅଭିଯୋଗ । ବାହାଘର ସମୟରେ ବିଭିନ୍ନ ଆସବାବପତ୍ର ସହ ନଗଦ ଅଢେଇ ଲକ୍ଷ ଟଙ୍କା , ୬ ଲକ୍ଷ ଟଙ୍କାର ସୁନା ଗହଣା ଓ ଏକ ଲକ୍ଷ ଚାଳିଶି ହଜାର ଟଙ୍କାର ବାଇକ ଦିଆଯାଇଥିଲା । କିନ୍ତୁ ଏତିକିରେ ପୁଅଘର ସନ୍ତୁଷ୍ଟ ହୋଇନଥିଲା । ଅଧିକ ଯୌତୁକ ଆଣିବା ପାଇଁ ପୁଜାଙ୍କୁ ବାରମ୍ବାର ଚାପ ପକାଉଥିଲେ ଶ୍ୱଶୁର ଘର ଲୋକେ ଏମିତିକି ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଅଭିଯୋଗ ହୋଇଛି ।
