
ପୁରୀ: ମହାମାରୀର ରୂପ ନେଉଛି କୋରୋନା । ଯାହାକୁ ନେଇ ସବସ୍ତେ ଚିନ୍ତିତ । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋରୋନାକୁ ନେଇ ଭୟ ଆହୁରି ବଢ଼ିଚାଲିଛି । ପୁରୀରେ ଚିହ୍ନଟ ହୋଇଛି କୋରୋନା ସନ୍ଧିଗ୍ଧ । ବିଦେଶୀ ପର୍ଯ୍ୟଟକ ପୁରୀ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ସେ ୟୁରୋପର ଲିଥୁଆନିଆରର ନାବାଳିକା ବୋଲି ଜଣାପଡ଼ିଛି । ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ । ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସପିଟାଲ ପୁରୀ ବଡ ଡାକ୍ତରଖାନାକୁ ପଠାଇଥିଲେ । ତା’ ପରେ ପୁରୀ ସଦର ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଛି । ତାଙ୍କୁ ଡାକ୍ତରାଣୀ କୁମୁଦିନି ମିଶ୍ର ଚିକିତ୍ସା କରିବା ପରେ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।
