ଭୁବନେଶ୍ବର : ରାଜ୍ୟରେ ଆଜି 3861 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓମ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଚିହ୍ନଟ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2278ଜଣ ଥିବାବେଳେ 1583ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 27ହଜାର892 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 30 ହଜାର 919ଜଣ । ସେହିପରି ସୁସ୍ଥ ହୋଇଛନ୍ତି 96 ହଜାର 364ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 538ଜଣ ।
ଅର୍ଗସ ବ୍ୟୁରୋ : ବିଶ୍ୱକପ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯାଇଛି । ଆଜିର ମ୍ୟାଚରେ ଭାରତ ପ୍ରଥମେଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି ।
ଅଧିକ ପଢନ୍ତୁ : ବିଶ୍ୱକପ ପୂର୍ଵରୁ ଭାରତ ଅଷ୍ଟ୍ରେଲିଆ ମୁହାଁ ମୁହିଁ
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨, ଜୋସ ଇଂଗଲିସ ୪୫ ଓ ଷ୍ଟିଭ ସ୍ମିଥ ୪୧ ରନ କରିଥିଲେ । ଫଳରେ ୫୦ ଓଭରରେ ୨୭୬ ରନ କରି ଅଲଆଉଟ ହୋଇଯାଇଥିଲା ଅଷ୍ଟ୍ରେଲିଆ ଦଳ । ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫, ବୁମରାହ, ଅଶ୍ୱିନୀ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।
ଅର୍ଗସ ବ୍ୟୁରୋ : ଲୋୟର ପିଏମଜିରେ ସରପଞ୍ଚ ଓ ସଭ୍ୟଙ୍କ ଧାରଣା । ରାଜ୍ୟର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ରାଜ୍ୟରେ କୋଭିଡ ସମୟରେ ସବୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଆଖ୍ୟା ଦିଆଯାଇଥିଲା । ସବୁ କାର୍ଯ୍ୟରେ ଭାଗିଦାରୀ ରହିଥିଲେ । କିନ୍ତୁ ଏବେ ସରପଞ୍ଚଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୨ ଦଫା ଦାବିରେ ଧାରଣା ଦେଇଛି ସରପଞ୍ଚ ସଂଘ । ସେପଟେ ଗାଁରେ ସରପଞ୍ଚଙ୍କ ପରି ସଭ୍ୟଙ୍କୁ ଲୋକଙ୍କ ଭୋଟ ମିଳିଥିଲେ ବି ମାନ୍ୟତା ମିଳିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସମିତି ସଭ୍ୟ ।
ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ର ଓ ରେକର୍ଡ଼ରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା ସହିତ, ପ୍ରତି ପଞ୍ଚାୟତରେ ସମିତି ସଭ୍ୟଙ୍କ ପାଇଁ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସଭ୍ୟମାନେ । ଏହା ସହିତ କାର୍ଯ୍ୟକାଳର ୫ ବର୍ଷ ପରେ ଅବସରକାଳୀନ ମାସିକ ୧୦ ହଜାର ଟଙ୍କା ଭତ୍ତା ଦାବି କରିଛନ୍ତି ସମିତି ସଭ୍ୟ ।
ଅର୍ଗସ ବ୍ୟୁରୋ : ପ୍ରତିବାଦ ଓ ନାରାରେ ଥରିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ୫୦୦ କି ୬୦୦ ନୁହେଁ ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ । ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଓର ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ଦିଗରେ ସମ୍ପୂର୍ଣ ବିଫଳ ହେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ବିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି,କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।
ଅଙ୍ଗନୱାଡି କର୍ମଚାରୀ ଟିଏ ୪୦ ବର୍ଷ ଚାକିରି କରି ଅବସର ନେଲାପରେ ରାଜରାସ୍ତାରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି । ଗୋଟିଏ ପଟେ ସରକାର ପୁରସ୍କାର ପାଉଥିବା ବେଳେ ଅନ୍ୟ ପଟେ ଯୋଜନାର ମୁଖ୍ୟ ଉଦେଶ୍ୟ ଯାହାଥିଲା ଆଜି ତାହା ଦିଗହରା । ସରକାରଙ୍କ ଭୋଟ ବ୍ୟାଙ୍କ ରାଜନୀତିରେ ଅଙ୍ଗନୱାଡି କର୍ମୀଙ୍କ ନାର୍ଯ୍ୟ ଅଧିକାର ପାଇବାର ଆଶା ଆଜି ମଉଳି ଯାଉଛି । ସରକାରଙ୍କୁ ଅନ୍ତିମ ଚେତାବନୀ ସ୍ବରୂପ ଆଜିର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏହା ପରେ ସରକାର ଯଦି ଦାବୀ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି କର୍ମୀ ।