ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ଯାଞ୍ଚ କରିବ । ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ୩୦ ମାର୍ଚ୍ଚରେ ଟୀକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତେବେ ତାଙ୍କର କିଛି ଲକ୍ଷଣ ନଥିଲା । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନିସ ପାଇଁ ପଠା ଯାଇଥିଲା ।
ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ । ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖାଯାଉନଥିଲା । ତେଣୁ ଟିକାର ପ୍ରଭାବ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ରାଜ୍ୟରେ ସଂକ୍ରମଣ ନେଇ ସେ କହିଛନ୍ତି , ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜୀ କରାଯାଉଛି । ଓଡ଼ିଶାରେ ସର୍ଭିଲାନ୍ସ ଠୁ ନେଇ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । କିନ୍ତୁ ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଦୈନନ୍ଦିନ ତଥ୍ୟକୁ ନେଇ ବିଶ୍ଳେଷଣ କରାଯାଉଛି । ହାଇକମିଟି ବୈଠକ ବସି ୩୦ ତାରିଖ ପରେ କଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।