ବର୍ତ୍ତମାନ BA2.75 ମ୍ୟୁଟାଣ୍ଟ ସଂକ୍ରମଣ କରୁଛି । ତେଣୁ ଏହାଦ୍ଵାରା ଆଗରୁ ସଂକ୍ରମିତ ହୋଇଥିବା ବ୍ୟକ୍ତି ମାନେ ପୁଣି ଥରେ ସଂକ୍ରମଣର ଶିକାର ହେଉଛନ୍ତି । ଯେତେ ମ୍ୟୁଟେସନ ଆସୁଛି ତାହା ଏକ ନୂଆ ୱେଭ ଆଣୁଛି । ଯଦି ଭାଇରସ ପୁଣି ମ୍ୟୁଟେସନ କରିବ, ତାହେଲେ ପୁଣି ଆଉ ଗୋଟିଏ ଲହର ଆସିପାରେ । ବର୍ତ୍ତମାନ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ପ୍ରକୃତରେ ତା ଠାରୁ ପାଖାପାଖି ୧୦୦ ଗୁଣ ଅଧିକ ସଂକ୍ରମିତ ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଶ୍ରାବଣରେ କାଉଡ଼ିଆ ମାନେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସମସ୍ତେ ମାସ୍କ ପିନ୍ଧିବା ସହ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏବେସୁଦ୍ଧା ୧୨, ୯୮, ୨୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଭିତରୁ ୧୨,୮୩, ୬୮୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେବି ୫୩୭୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।