ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଭାଇରସ୍ । ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ହେଲେ ବି କୋରୋନା ପଜିଟିଭ୍ ହୋଇନଥିବାବେଳେ ଭୟ କିନ୍ତୁ ଘାରି ରହିଛି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩ ଜଣ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏବେ ସେମାନଙ୍କ ମଧ୍ୟରୁ ୯ଜଣ ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି । ରାଜ୍ୟରୁ ଏ ପର୍ଯ୍ୟନ୍ତ ୭ ଜଣ ସନ୍ଦିଗ୍ଧଙ୍କ ନମୁନା ପୁନେସ୍ଥିତ ଏନ୍ଆଇଭିକୁ ପଠାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ଥିବା ଜଣାପଡ଼ିଥିଲା। କୋରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ବିମାନବନ୍ଦର, ପାରାଦୀପ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ତଥାପି ସତକର୍ତାମୂଳକ ପଦକ୍ଷେପସ୍ୱରୂପ ସ୍ୱାସ୍ଥ୍ୟ ବିଭାଗ ନିଆଯାଉଛି । ଏହାସହ ଛାତ୍ରଛାତ୍ରୀମାନେ କିଭଳି କରୋନା ଭୂତାଣରୁ ମୁକାବିଲା କରିବେ, ସେଥିପାଇଁ ସ୍ୱତନ୍ତ୍ର ଭାବେ ଗାଇଡ୍ଲାଇନ୍ ଜାରି କରାଯାଇଛି । ଚୀନ୍ରେ ମହାମାରୀର ରୂପ ନେଇସାରିଛି କୋରୋନା ଭାଇରସ୍ । ମାରାତ୍ମକ ଭାଇରସ୍ ଯୋଗୁଁ ଚୀନ୍ରେ ବର୍ତ୍ତମାନ ସୁଦ୍ଧ ମୃତ୍ୟୁ ସଂଖ୍ୟା ୧୫୦୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ କୋରୋନା ଭାଇରସ୍ ( କୋଭିଡ୍-୧୯)ରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୫ ହଜାର ପାର୍ ହୋଇସାରିଛି । ଚୀନ୍ରେ ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି ।
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ଫାଇଥିବା 5 ଓଡ଼ିଆ ଶ୍ରମିକ । ଗତକାଲି ରିଷିକେଶ AIIMSରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ଶ୍ରମିକ । ରାଜ୍ୟ ଶ୍ରମ ବିଭାଗର ଅଧିକାରିଙ୍କ ସହ ଶ୍ରମିକଙ୍କ ପରିଜନ ବି ଡେରାଡୁନ ବିମାନବନ୍ଦରରେ ପହଁଚିଥିଲେ । ସେଠାରୁ ଦିଲ୍ଲୀ ବିମାନବନ୍ଦର ହୋଇ ଆଜି ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ପାହଁଚିବେ। ଗତକାଲି ଋଷିକେଶ Aiims ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିବା ସହ ସମସ୍ତଙ୍କୁ କ୍ଲିଅରାନ୍ସ ଦିଆଯାଇଛି। ସମସ୍ତ ଶ୍ରମିକ aiims ଡାକ୍ତରଙ୍କ ଯୋଗାଯୋଗରେ ରହିବେ। ଉତ୍ତରକାଶୀ ଟନେଲରେ 7 ରାଜ୍ୟର 41 ଶ୍ରମିକ ଫସି ରହିଥିଲେ । ଦୀର୍ଘ 17 ଦିନ ପରେ ଟନେଲ ଭିତରୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଯେଉଁଥିରେ ଓଡ଼ିଶାର 5 ଜଣ ଶ୍ରମିକ ରହିଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ 3 ଶ୍ରମିକ ରହିଥିବା ବେଳେ ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଶ୍ରମିକ ରହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: