
କଟକ: କଟକ SCB ମେଡିକାଲ୍ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍ ମାରିଥିବା ସୂଚନା ମିଳିଛି । ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି । ଯେଉଁଭଳି ଭାବରେ କୋରୋନା ଭାଇରସ ମହାମାରିର ରୂପ ନେଉଛି ତାକୁ ନେଇ ସମସ୍ତ ଏକପ୍ରକାର ଭୟଭୀତ ଅବସ୍ଥାରେ ଥିବାବେଳେ ଯେଉଁ ସନ୍ଦିଗ୍ଧ ଚମ୍ପଟ ମାରିଛନ୍ତି ତାକୁ ନେଇ ରାଜ୍ୟରେ ଚିନ୍ତା ବଢ଼ିଛି । ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ଏପରି ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍ସିବିର ସ୍ୱତନ୍ତ୍ର କୋରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା।
ହେଲେ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି ଭାବରେ SCBରୁ ଚମ୍ପଟ୍ ମାରିଲେ ବ୍ୟକ୍ତି ଜଣକ ? ଏନେଇ ତନାଘନା ଚାଲିଛି । କିନ୍ତୁ ଗତକାଲିଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମୟ ବିତିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
