ଯାହାକି ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ହାଇସ୍କୁଲ ରେ ଥିବା ରୋଷେଇଘର ଟିକୁ ଭାଙ୍ଗିଦେଇ ଅନେକ ମାସ ହେବ ଆଉ ନୂଆ କରୁ ନାହାନ୍ତି ଯନ୍ତ୍ରୀ। ଯାହା ଫଳରେ ଏହିଭଳି ଅସ୍ୱାସ୍ଥ୍ୟ କର ପରିବେଶ ରେ ପ୍ରସ୍ତୁତ ହେଉଛି ଖାଦ୍ୟ ।ସେହିପରି ପ୍ରତ୍ୟେକ ଫାଇଭ ଟି ହାଇସ୍କୁଲ ରେ ସାଇକେଲ ଷ୍ଟାଣ୍ଡ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଏହି ସ୍କୁଲ ରେ ସାଇକେଲ ଷ୍ଟାଣ୍ଡ ନଥିବାରୁ ସାଇକେଲ ଗୁଡିକ ଏଣେତେଣେ ରହୁଛି। ସରକାରୀ ତହବିଲରୁ ଟଙ୍କା ଆସୁଛି ହେଲେ ଖର୍ଚ୍ଚ ହେବା ସମୟରେ କାହିଁକି ଠିକ ଭାବେ ହେଉ ନାହିଁ ତାହା ତଦନ୍ତ ସାପେକ୍ଷ। ସେହିପରି ଏକ ମାସ ପୂର୍ବରୁ ଉଦଘାଟିତ ହୋଇଛି ବଡମ୍ବା ବ୍ଲକ ବାଙ୍ଗରିସିଙ୍ଗା ଫାଇଭ ଟି ସ୍କୁଲ। ହେଲେ ମାସେ ପୁରିନି ଭାଙ୍ଗି ଯାଇଛି ପାଚେରୀ।
ସେହିପରି ବିଭାଗୀୟ ଯନ୍ତ୍ରୀ ନିଜେ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ରେ ଉପସ୍ଥିତ ନରହି ଶାସକ ଦଳୀୟ କର୍ମୀ ଙ୍କ ଦ୍ଵାରା ସ୍କୁଲ ର କାର୍ଯ୍ୟ କରୁଥିବାରୁ ନିମ୍ନ ମାନର ହେଉଛି ବୋଲି ଅଭିଯୋଗ ହୋଇଛି। ଏନେଇ ସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି ପୁରୁଣା ପଚେରୀ ଉପରେ କିଛି ନୂଆ ଇଟା ବସାଇ ରଙ୍ଗ ମାରି ଦିଆଯାଇଥିଲା। ଯାହା କି ଅସରାଏ ବର୍ଷା ରେ ଧସି ଯାଇଚି।ଅତି ନିମ୍ନ ମାନର ପଚେରୀ ହେତୁ ଏହା ଭୁଶୁଡି ପଡିଛି।ସେହିପରି ପାଇଖାନା ରେ ରୋଏଇ କଥା ପଚାରିବାରୁ କହିଛନ୍ତି ଆମର ରୋଷେଇ ଘରକୁ ଭାଙ୍ଗି ଦେଇ ପୁନଃ ତିଆରି ହୋଇ ନ ପାରୁଥିବାରୁ ଏହି ପାଇଖାନା ଘରେ ରୋଷେଇ ଚାଲିଛି। ଆମେ ବଡମ୍ବା ବିଡ଼ିଓ ଙ୍କୁ ଜଣାଇ ଦେଇଚୁ। ରାଜ୍ୟ ସରକାର ଫାଇଭ ଟି ସ୍କୁଲ ନାଁ ରେ ଡିଣ୍ଡିମ ପିଟୁ ଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ତେବେ କେବେ ଏହି ସ୍କୁଲ ଅବସ୍ଥା ରେ ସୁଧାର ଆସିବ ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: