ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକରେ ରହିଛି 535 ହେକ୍ଟର ବିଶିଷ୍ଟ କୁମୁକା ଫରେଷ୍ଟ ବିଟ। ପ୍ରତିବର୍ଷ ଚାରା ରୋପଣ ହେଉଛି ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ମରିଯାଉଛି । ସରକାରଙ୍କ ବନୀକରଣ ଉଦେଶ୍ୟ ବିଫଳ ହେଉଛି। ଯେଉଁ ସମୟରେ ଅର୍ଥାତ ଜୁନ ଜୁଲାଇ ମାସରେ ଗଛ ଲଗାଇବା ପରିବର୍ତ୍ତେ ଗଛ ଲାଗୁଛି ନଭେମ୍ବର ଡିସେମ୍ବରରେ ତାହା ପୁଣି ଟାଙ୍ଗରା ପାହାଡ଼ ଉପରେ।
ଚାରା ଲଗାଇବା ପରେ କେଉଁଠି ପାଣି ଦିଆ ଯାଇଛି ତ ଆଉ କେଉଁଠି ପାଣି ଆଦୌ ଦିଆଯାଇନି ଫଳରେ ଗଛ ଶୁଖିକି ଡାଙ୍ଗ ହେଲାଣି । ଡେଲାଙ୍ଗ ବ୍ଲକର ସାଉରିଆ, କୁଆପଦା, କୁମୁଡାଳ, ବାତଳ ମୌଜାରେ ଆମ୍ବ, ଲିମ୍ୱ, ଫାଶୀ, ଜାମୁ, ପଣସ ଓ ବଉଳ ଆଦି ଗଛ ଲାଗିଥିଲା ବେଳେ ଯେତିକି ସଂଖ୍ୟାରେ ରୋପଣ ହୋଇଥିବା ଫଳକ ଲାଗିଛି ବସ୍ତବରେ ସେତିକି ରୋପଣ ହୋଇନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର ବରିଷ୍ଠମାନେ ।
ଶ୍ରୀଜଗନ୍ନାଥ ବନପ୍ରକଳ୍ପର ପରିକଳ୍ପନା କରି ମୁଖ୍ୟମନ୍ତ୍ରୀ ଏ ସ୍ଥାନକୁ ଆସି ଚାରା ରୋପଣ କରି ଏ ବନ ପ୍ରକଳ୍ପର ଶୁଭାରମ୍ଭ କରିଥଲେ ଆଉ ଏକ ସବୁଜ ବନାନୀ ର ସ୍ୱପ୍ନ ଦେଖିଥିଲେ । ହେଲେ ବନବିଭାଗର ବେପରୁଆ ନୀତି ଯୋଗୁଁ ସେ ସ୍ୱପ୍ନ ବାସ୍ତବରେ ଅଧୁରା ରହିଗଲା ବୋଲି ସ୍ଥାନୀୟ ଯୁବକ କହିଛନ୍ତି। ୧୬ ହଜାର ଚାରା ରୋପଣ ହୋଇଥିବା ଫଳକ ଲାଗିଥିବା କୁମୁକା ପ୍ରକଳ୍ପ ଭିତରେ ବାଡ଼ ଥିବା ସତ୍ତ୍ବେ ବୁଲା ଗାଈ ଗୋରୁ, ଛେଳି ମେଣ୍ଢା ଚରୁଥିବା ଦୃଶ୍ୟ ହିଁ ବନ ବିଭାଗର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଜବକାର୍ଡ ମାଧ୍ୟମରେ ଶ୍ରମିକଙ୍କ ଦ୍ବାରା ଗାତ କରାଯାଇ ଚାରା ରୋପଣ ପରିବର୍ତ୍ତେ ବନବିଭାଗ ଯେସିବି ମେସିନ ଲଗାଇ ଚାରା ରୋପଣ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ, ତେଣୁ ବନୀ କରଣ ନାଁ ରେ ସରକାରଙ୍କ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଖିଲପକାରିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବୀ ହୋଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।