ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ବ୍ଲକର ମୁଖ୍ୟ ହେଉଛନ୍ତି ଖୋଦ୍ ବ୍ଲକ ଚେୟାରମ୍ୟାନ୍ । ତେବେ ଯଦି ଜଣେ ଅଫିସର ଦୁର୍ନୀତିଗ୍ରସ୍ତ ହେଲେ ଅନ୍ୟଜଣେ ସ୍ୱଚ୍ଛ କେମିତି ହେଲେ । ଯଦି ବ୍ଲକରେ ଦୁର୍ନୀତି ହୋଇଥିଲା ତାହାହେଲେ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କାହିଁକି । କଣ ପାଇଁ ତାଙ୍କୁ ବଦଳି କରାଗଲା । ବ୍ଲକରେ କେଉଁ ଦୁର୍ନୀତି ହୋଇଥିଲା ତାହା ସରକାର ସ୍ପଷ୍ଟ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।
ଧାମନଗର ଓ ତିହିଡି ବ୍ଲକ ବିଡିଓଙ୍କୁ ରାତାରାତି ବଦଳି କରି ତାଙ୍କ ସ୍ଥାନରେ କୋରାପୁଟ ଓ କଳାହାଣ୍ଡିରୁ ବିଡ଼ିଓ ଆଣି ନିଯୁକ୍ତି ଦେବାକୁ ନେଇ ବର୍ଷିଛନ୍ତି ଲେଖାଶ୍ରୀ । ଆଉ କହିଛନ୍ତି ଏପରି କାମ କରି ସରକାର ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲଘଂନ କରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ଯେପରି କାମ କରିଛନ୍ତି ତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ।
ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଛନ୍ତି ଯେ, ସରକାରୀ କଳ, ଅର୍ଥବଳ ଓ ବାହୁବଳ ଲଗାଇ ନିର୍ବାଚନ ଜିତିବା ଏ ସରକାରର ମୁଖ୍ୟ ଅସ୍ତ୍ର । ଧାମନଗରରେ ଉପନିର୍ବାଚନ ହେବାନେଇ ୩ତାରିଖରେ ଘୋଷଣା ହେଲା । ୭ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଲା । ତେବେ ସେହିଦିନ ଦୁଇ ବିଡିଓଙ୍କୁ ବଦଳି କରାଗଲା । ଆଉ ବଦଳି କରାଯିବା ପରେ ତାଙ୍କ ନାଁରେ ଦୁର୍ନୀତି ଥିବା କଥା ସରକାର ସଫେଇ ଦେଇଥିବା ଜଣାପଡିଛି । ତେଣୁ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଏ ସରକାର କାହିଁକି ଆକ୍ସନ ନେଲେ ନାହିଁ । ଏ ସରକାର ମିଛୁଆ ସରକାର ବୋଲି ଲେଖାଶ୍ରୀ କହିବା ସହ ଏପରି ଚଞ୍ଚକତା ବେଶିଦିନ ଚାଲିବ ନାହିଁ ବୋଲି ସେ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।