ନାମାଙ୍କନ ପତ୍ର କିଣିବା ପାଇଁ ଭୁବନେଶ୍ବର ଏଡିଏମ ଅଫିସ ଆଗରେ ଆଶାୟୀଙ୍କ ଗହଳି। ଆଉ ଏପଟେ ଟିକେଟ ଲବି ପାଇଁ ନେତାଙ୍କ ଘରେ ବି ଗହଳି। ନେତା ଘରେ ନାହାଁନ୍ତି ହେଲେ ସକାଳୁ ଡେରା ପକାଇଛନ୍ତି ଆଶାୟୀ। ଗୋଟିଏ ଚିତ୍ର ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଆଗର ଓ ଅନ୍ୟଟି ସୁଶାନ୍ତ ରାଉତଙ୍କ ଘର ଆଗର। ବିଜେଡିରେ ଆଶାୟୀଙ୍କ ଭିଡକୁ ଦେଖି ନେତା ବି ଦ୍ବନ୍ଦରେ।
କଂଗ୍ରେସ ଟିକେଟ ଫାଇନାଲ ପାଇଁ ଘନ ଘନ ବୈଠକ କରୁଛି। ଆଉ ବିଜେପି ବି କିଛି ପ୍ରାର୍ଥୀଙ୍କ ନା ଚୁଡାନ୍ତ କରିଥିବା କହୁଛି। ଏପଟେ ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମରେ ଏଥର ମହିଳା ମେୟର ପାଇଁ ରୋଚକ ହେବାକୁ ଯାଉଛି ଲଢେଇ। ତିନି ପ୍ରମୁଖ ଦଳ ତିନୋଟି ମହନଗର ନିଗମ ପାଇଁ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ। ନଜର ପକାନ୍ତୁ କିଏ କାହାକୁ କେଉଁଠି ମେୟର ଭାବେ ମଇଦାନକୁ ଛାଡିବାକୁ ପ୍ଲାନ କରିଛି। କଟକ ପାଇଁ କଂଗ୍ରେସ ଗିରିବାଳା ବେହାରାଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ବିଜେପିର ମେୟର ପ୍ରାର୍ଥୀ ଭାବେ ବିନୋଦ ଦାଶ ଓ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଆଗରେ ଅଛନ୍ତି। ବିଜେଡିର ସାଂସଦ ସୁବାସ ସିଂ, ଅରିନ୍ଦମ ଦାସ ଓ ରଜଂନ ବିଶ୍ବାଳଙ୍କ ନାଁ ଚର୍ଚ୍ଚାରେ ଅଛି।
ଭୁବନେଶ୍ବର ମହାନଗର ନିଗମ ପାଇଁ ବିଜେଡିର ମେୟର ରେସରେ ଅଛନ୍ତି, ସୁସ୍ମିତା ବାଗଚୀ, କେ. ଶାନ୍ତି, ଇତି ସାମନ୍ତ ,ଲୋପାମୁଦ୍ରା ବକ୍ସିପାତ୍ର ଓ ଶ୍ରୀମୟୀ ମିଶ୍ର। ସେମତି ବିଜେପିରେ ପୁର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ଅନୁ ଚୌଧୁରୀ ରେସରେ ଆଗରେ ଅଛନ୍ତି। ତେବେ ଅର୍ଗସକୁ ମିଳିଥିବା ସୁଚନା ଅନୁସାରେ ଜଣେ ପଦ୍ମଶ୍ରୀଙ୍କୁ ଉଭୟ ବିଜେଡି ଓ ବିଜେପି ନିଜ ଦଳର ପ୍ରାର୍ଥି କରିବାକୁ ରଣନୀତି କରୁଛନ୍ତି। ସେମିତି ଜଣେ ପୂର୍ବତନ ସାଂସଦଙ୍କ ଝିଅଙ୍କ ନାଁ ମଧ୍ୟ ଉଭୟ ଦଳର ମେୟର ପ୍ରାର୍ଥୀ ତାଲିକାରେ ଆଗରେ ଅଛି। ତେବେ ଏ ନେଇ କେହି ନିଜ କାର୍ଡ ଖୋଲିବାକୁ ଚାହୁଁନାହାଁନ୍ତି। କଂଗ୍ରେସର ରଶ୍ମିମହାପାତ୍ର ଓ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ମେୟର ପ୍ରାର୍ଥୀ ତାଲିକାରେ ଆଗରେ ଅଛି।
ସେହିପରି ବିଜେପି ପକ୍ଷରୁ ସରିତା ପାତ୍ର, ସୁବାସିନୀ ପଟ୍ଟନାୟକ, ଡ଼ଃ:ସବିତା ସୁଆର, ବବିତା ପାତ୍ରଙ୍କ ନାଁ ସମ୍ନାକୁ ଆସିଥିବା ବେଳେ କଂଗ୍ରେସର ସ୍ବରୂପା ତ୍ରିପାଠୀ, ବନଜା ପଣ୍ଡାଙ୍କ ନାଁ ଆଗରେ ଅଛି। କଟକ , ଭୁବନେଶ୍ବରରେ ମହିଳା ମେୟରଙ୍କ ଭିତରେ ଲଢେଇ ଏଥର ନିର୍ବାଚନକୁ ରୋଚକ ହେବାକୁ ଯାଉଛି। ତେବେ ମେୟର ପ୍ରାର୍ଥୀଙ୍କ ନାଁ ଦଳ ଚୁଡାନ୍ତ କରି ନଥିବାରୁ କର୍ପୋରେଟର ଅଙ୍କ ବି ଛିଡୁନି।