ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
କୋରାପୁଟ: ଗାଁ ଦାଣ୍ଡରେ ବର୍ବର କାଣ୍ଡ । ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ବହୁ ଚର୍ଚ୍ଚିତ କୋଟିଆ ଅଞ୍ଚଳରେ ।
ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ସମସ୍ତେ ମିଶି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କର ଚୁଟିକୁ ଟାଣି ତଳେ ଗଡେଇ ଗଡେଇ ମାରୁଛନ୍ତି ଉଭୟ ପୁରୁଷ ଓ ମହିଳା । ମହିଳା ଜଣଙ୍କ ଯେତେ କାକୁତିମିନତି ହେଲେ ମଧ୍ୟ କେହି ଶୁଣୁନାହାନ୍ତି । ଗାଁର ଅବଶିଷ୍ଟ ଲୋକ ନିଜ ନିଜ ଘର ଆଗରେ ନିରବଦ୍ରଷ୍ଟା ସାଜିଛନ୍ତି ।
ସୂଚନା ଅନୁସାରେ, ମହିଳାଙ୍କ ଦୋଷ ହେଲା ସେ ଦ୍ବିତୀୟ ବିବାହ କରିଛନ୍ତି । କେଵଳ ମହିଳା ନୁହଁନ୍ତି ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିବା ପୁରୁଷଙ୍କୁ ଵି ନିସ୍ତୁକ ମାଡ଼ ମାରିଛନ୍ତି । ଭାଇରାଲ ଭିଡିଓକୁ ନେଇ ତଦନ୍ତ କରୁଛି ପଟ୍ଟାଙ୍ଗି ପୋଲିସ ।