୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ପରିଚୟ ନମିଳିବାରୁ ଏନେଇ ମଙ୍ଗଳାବାଗ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାର ୭୨ ଘଣ୍ଟା ପରେ ମୃତଦେହକୁ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିଲା ପୋଲିସ । ଏହାପରେ ଶହଦାହ କରିଦେଇଥିଲେ ମ୍ୟୁନିସିପାଲିଟି କର୍ମଚାରୀ । ପରେ ପୋଲିସକୁ ମିଳିଥିଲା ମୃତଦେହର ପରିଚୟ ।
ପଦାରେ ପଡିଲା କୋଭିଡ୍ ପରିଚାଳନାର ତ୍ରୁଟି, ୧୯ ଧରି ଢେଙ୍କାନାଳରୁ ନିଖୋଜ ଥିବା କୋଭିଡ୍ ରୋଗୀଙ୍କ କଟକରେ ମୃତ୍ୟୁ

ଢ଼େଙ୍କାନାଳ: ପଦାରେ ପଡିଲା ରାଜ୍ୟ ସରକାରଙ୍କ କୋଭିଡ ପରିଚଳନାରେ ଭୟଙ୍କର ତ୍ରୁଟି । ୧୯ ଦିନ ଧରି ଢେଙ୍କାନାଳରୁ ନିଖୋଜ ରୋଗୀଙ୍କ ମୃତ୍ୟୁ କଟକ ବଡମେକିଲାରେ ହୋଇଥିବା ଜଣାପଡିଛି । ଦୁର୍ଭାଗ୍ୟଜନକ କଥା ହେଲା ପରିଚୟ ନ ମିଳିବାରୁ ପରିବାରକୁ ନଜଣାଇ ଶବଦାହ କରିଦେଇଛି କଟକ ମ୍ୟୁନିସିପାଲିଟି । ପରିଚୟ ମିଳିବା ପରେ ଢେଙ୍କାନାଳ ପୋଲିସକୁ ଖବର ଦିଆଯିବା ପରେ ଢେଙ୍କାନାଳ ବରଦା ଗାଁର ଦୁର୍ଯ୍ୟାଧନ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେପ୍ଟେମ୍ବର ୨୯ ତାରିଖରେ କଟକ ବଡ ମେଡିକାଲର କୋରୋନା ୱାର୍ଡକୁ ରେଫର ହୋଇଥିଲେ ଦୁର୍ଯ୍ୟାଧନ ।
Download Argus News App
