ଫନି ସହୟତାଙ୍କ ବିକ୍ଷୋଭ.. ପ୍ରାର୍ଥୀମାନଙ୍କୁ ଗାଁକୁ ଆସିବାକୁ ବାରଣ
ପୁରୀ: ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ସାଧାରଣ ଦର୍ଶନ । ଯେଉଁଥିରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ତାଠାରୁ ଅଧିକ ଭକ୍ତ ଆସିଲେ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସେଥିରେ ସୁରକ୍ଷା ଠାରୁ ଆରମ୍ଭ କରି ପାର୍କିଂ, ଟ୍ରାଫିକ ଉପରେ ଦିଆଯିବ ଗୁରୁତ୍ୱ ।
୬୫ ବର୍ଷରୁ ଉର୍ଦ୍ଧ୍ୱ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଲାଇନ ସହ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ରହିବ । ପୁରୀବାସୀ ପରିଚୟ ପତ୍ର ଦେଖାଇ ସିଂହଦ୍ଵାର ଦେଇ ପ୍ରବେଶ କରିବେ । ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀବାସୀ କରିବେ ଦର୍ଶନ । ପ୍ରଥମ ଦୁଇ ତିନିଦିନ ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ ହେବ ଲାଇନ ବ୍ୟବସ୍ଥା। ଏନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।