ରାଜଧାନୀରେ ଦିନକୁ ଦିନ କରୋନାର କାୟା ବୃଦ୍ଧି ପାଇବାରେ ଲାଗିଛି। ବିଏମସିରୁ ମଧ୍ୟ ଦୈନିକ ସଂକ୍ରମଣ ଶହେ ପାର ହେଉଛି। ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନକୁ କରୋନା କାବୁ କରି ସାରିଲଣି। ବାରମ୍ବାର ସଚେତନତା ସ୍ଵତ୍ତେ ଲୋକେ ସୁଧୁରୁ ନାହାନ୍ତି। ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
କୋଭିଡ ଅମାନିଆ ହେବେ ସାବାଡ, ରହିବ ସିସିଟିଭିର ନଜର

ଭୁବନେଶ୍ଵର: କୋଭିଡ ଅମାନିଆଙ୍କୁ ଧରିବ ସିସିଟିଭି। ଏ ନେଇ କମିସନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ ହୋଇଛି। ଆଖିରେ ଧୂଳି ଦେଇ ଖସିଯାଉଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ନେଇ କମିସନରେଟ ପୋଲିସ ଏହି ନୂତନ ପନ୍ଥା ଆପଣାଇଛନ୍ତି।
Download Argus News App
