ଅର୍ଗସ ବ୍ୟୁରୋ: ବାଲେଶ୍ୱର ନୀଳଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆ ବିଲଡିଂର ଚଟାଣରେ ଶୋଇଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ରାତି 12ଟା ବେଳକୁ ହଠାତ୍ କରିଡର ଓ ୱାର୍ଡ ଭିତରକୁ ଜୋରରେ ମାଡ଼ିଆସିଥିଲା ବର୍ଷା ପାଣି। ଦେଖୁ ଦେଖୁ ଚାରିଆଡ଼େ ଖେଳିଯାଇଥିଲା ବର୍ଷା ପାଣି। ହଠାତ୍ କେହି କିଛି ବୁଝି ପାରିନଥିଲେ। ନୂଆ କରି ନିର୍ମିତ ହସପିଟାଲ ବିଲଡିଂ ଭିତରକୁ ଏତେ ପାଣି ଆସିଲା କେଉଁଠାରୁ। କେଉଁ ରୋଗୀଠାରେ ସାଲାଇନ ଲାଗିଥିଲା ତ କେଉଁ ଗୁରୁତର ରୋଗୀ ବେଡ୍ଅ ନପାଇ ଚଟାଣରେ ଶୋଇଥିଲେ। ସମ୍ପର୍କୀୟମାନେ ଜୀବନ ବିକଳରେ ସେମାନଙ୍କୁ ଶୁଖିଲା ଜାଗାକୁ ଟେକି ନେଇଥିଲେ।
ରୋଗୀ ଓ ସମ୍ପର୍କୀୟମାନେ ରାତିଅଧିଆ କଲବଲ ହେଉଥିବା ବେଳେ କୌଣସି ଡାକ୍ତର କିମ୍ବା ଅଧିକାରୀଙ୍କର ଦେଖା ମିଳିନଥିଲା। ଏ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ଇଏ ଖୋର୍ଦ୍ଧା ଓଳସିଂ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୃଶ୍ୟ। ଦିନ ସାଢେ 11 ଟା ବାଜି ଲାଣି। ଡାକ୍ତର କିମ୍ବା କମ୍ପାଉଣ୍ଡରଙ୍କର ଦେଖା ନାହିଁ। ରୋଗୀମାନେ ଡାକ୍ତରଖାନାରେ ରୁଣ୍ଡ ହୋଇ ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି।
ସକାଳ 8ଟାରୁ ଡାକ୍ତରଖାନା ଖୋଲିଲାଣି କିନ୍ତୁ ଡାକ୍ତର ଓ କମ୍ପାଉଣ୍ଡରଙ୍କ ଚୌକି ଖାଲି ପଡ଼ିଛି। ଗାଁ ଲୋକଙ୍କ କହିବା ହେଲା ଇଏ ନିତିଦିନିଆ କଥା।ବଡ଼ ବଡ଼ ବିଲଡିଂ ଛିଡ଼ା କରି ରଙ୍ଗ ବୋଳି ଚିକକ୍ଣ କରିଦେଲେ ହେବନି। ରୋଗୀ ସେବା ଯଦି ମିଳିବ ନାହିଁ ଏସବୁ ମୂଲ୍ୟହୀନ। କେବଳ ନୀଳଗିରି କିମ୍ବା ଖୋର୍ଦ୍ଧାର କଥା ନୁହେଁ ସାରା ରାଜ୍ୟରେ ସ୍ବାସ୍ଥ୍ୟସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଛି। ଯାହା 23 ବର୍ଷ ସ୍ଥିର ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: