ଭୁବନେଶ୍ୱର: ସରକାରୀ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଚାଲିଛି କୋଭିଡ ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ଜାନୁଆରୀ 25 ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଆସନ୍ତାକାଲିଠୁ ଫେବ୍ରୁଆରୀ ୧୦ଯାଏଁ ଟିକାକରଣ କରାଯିବ ।
ଆଜି କେବଳ ଭୁବନେଶ୍ୱର ଓ ୨୮ ତାରିଖରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ । ଯେଉଁମାନେ ପଂଜିକୃତ ହୋଇ ଟିକା ନେଇନାହାନ୍ତି, ସେମାନଙ୍କୁ ପୁଣି ପର୍ଯ୍ୟାୟକ୍ରମେ ଟିକା ପାଇଁ ଡକାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଅପରପକ୍ଷେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଟୀକା ନ ନେବା ନିଷ୍ପତିରୁ ଓହରିଛି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ। ରାଜସ୍ୱ,ଗୃହ ଓ ନଗର ଉନ୍ନୟନ ବିଭାଗ ପଞ୍ଜିକରଣ ପାଇଁ ଶେଷ ତାରିଖ ଜାନୁଆରୀ ୨୫ ଥିବା ବେଳେ ୩୧ ତାରିଖକୁ ବୃଦ୍ଧି କରାଯାଇଛି ।