ଗାଈ ଗୋରୁ ମଇଁଷି ମାନଙ୍କ ଦେହରେ କେମିତି ହୋଇଥାଏ ଲମ୍ପି ଡିଜିଜି ?
୧ - ରକ୍ତ ଖାଉଥିବା ଟିଙ୍କ କିମ୍ବା ମାଛି କାମୁଡ଼ିଲେ ଗୋଟିଏ ପ୍ରାଣୀରୁ ଅନ୍ୟ ପ୍ରାଣୀକୁ ଏହା ବ୍ୟାପିଥାଏ । ୨ - ଏହି ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । ୩ - ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈକୁ ଦୁହିଁଲେ ଏହି ରୋଗ ବ୍ୟାପୁଛି ।
ଲମ୍ପି ଡିଜିଜି ହେଲେ କଣ ହୁଏ ?
୧ - ଭାଇରସ ଦ୍ବାରା ପ୍ରଥମେ ଗାଈଗୋରୁ କି ମଇଁଷିଙ୍କୁ ଜ୍ଵର ହେବ । ୨ - ଜ୍ଵର ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ । ୩ - ନିମୋନିଆ ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବ । ୪ - ଗାଈ ଖାଇବା ବନ୍ଦ କରି ଦିଏ । ୫- ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ । ୬ - କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମିଯାଏ । ୭ - ଗାଈଟି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ବହୁତ ଦିନ ପର୍ଯ୍ୟନ୍ତ ଛୁଆ ରଖିବ ନାହିଁ ।
ରୋଗର ନିରାକରଣ ପାଇଁ କଣ କରିବାର ଆବଶ୍ୟକ ?
୧ - ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ ଓ ଗୋବର ଗଦାକୁ ସଫା କରିବାକୁ ହେବ । ୨ - ଗାଈ ଗୁହାଳରେ 2% ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରନ୍ତୁ । ୩ - ଗାଈ ଦେହରେ ଟିଙ୍କ ନ ହେବା ପାଇଁ ଆକାରିସାଇଡ଼ିଆଲ ଡ୍ରଗ୍ସ ଲଗାଯାଉ କିମ୍ବା ସ୍ପଟନ ସ୍ପୋରନ ବେକ ପାଖରେ 4 ରୁ 6 ଟୋପା ଲଗାନ୍ତୁ । ୪ - ଯିଏ ବି ଗୁହାଳକୁ ଯାଉଛନ୍ତି ହ୍ୟାଣ୍ଡୱାସ୍ କରନ୍ତୁ । ୫ - ଯେଉଁ ଗାଈ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ଭାବେ ରଖନ୍ତୁ । ୬ - ଯେଉଁ ଗାଈ ଗୋରୁ ଏହି ରୋଗରେ ମରି ଯାଉଛନ୍ତି ସେମାନଙ୍କୁ ବାହାରେ ନ ଫୋପାଡ଼ି ଲୁଣ ଦେଇ ପୋତି ଦିଅନ୍ତୁ । ଛତିଶଗଡ଼ ଭଳି ଆମର ପ୍ରାୟ ସବୁ ପଡୋଶୀ ରାଜ୍ୟରେ ଏହା ବ୍ୟାପି ସାରିଲାଣି । ଦେଶରେ ପ୍ରାୟ 20 ଟି ରାଜ୍ୟ ଏହି ଭାଇରସ ଦ୍ବାରା ପ୍ରଭାବିତ ହେଲେଣି । ଦେଶରେ ପ୍ରାୟ 60 ହଜାର ଗାଈ ଗୋରୁ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କଲେଣି ।