ତେବେ ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଏହାସହ ହତ୍ୟାକାରୀ ମାନେ ହେଲେ ଜଗନ୍ନାଥପ୍ରାସାଦ ବଜାର ନିକଟ ଦଳିତ ସାହିର ବାବୁଲା ନାଇକ, ହରି ନାଇକ ଓ ମୁନା ନାଇକ ।
ସୂଚନା ଯେ, ଗତକାଲି ରାତିରେ ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଗୋଟିଏ ଦେଢ଼ ବର୍ଷର ପାଳିତ ବାଛୁରୀ ଚୋରି ହୋଇଯାଇଥିଲା। ଅନେକ ଖୋଜା ଖୋଜି ପରେ ମଧ୍ୟ ବଛୁରୀ ମିଳିନଥିଲା॥ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଏମାନେ ଗୋଟିଏ ଅଖାରେ ମାଂସ ରଖି ବିକ୍ରି ପାଇଁ ବୁଝାବୁଝି କରୁଥିବା ବେଳେ କିଛି ଲୋକ ପୋଲିସରେ ଖବର ଦେଇଥିଲେ । ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ସେମାନଙ୍କ ଠାରୁ ମାଂସ, ଚମଡା , ଓ ବ୍ୟବହୃତ ଛୁରୀ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ଛେଳି ମାଂସ କୁ ନେଇ ଏବେ ସନ୍ଦେହ ବୃଦ୍ଧି ପାଇଛି ।