ବାୟୁସେନାର ଦୁଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ
ଗୋରୁ ବୋଝେଇ ଗାଡ଼ି ଜବତ
ବାରିପଦା : ବାରିପଦା କେସି ସର୍କଲ ଗୋଲେଇ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ଗାଡିଟିକୁ ଅଟକ ରଖାଯାଇ ସେଥିରେ ଥିବା ୧୦ ଟି ଗାଇକୁ ଉଦ୍ଧାର କରାଯାଇଛି । ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ଗୋ ଚାଲାଣ ହେଉଥିବା ଖବର କେଶରୀଆ ହିନ୍ଦୁବାହୀନି ପାଇଥିଲା । ଏଣୁ ଗତକାଲି ୫ଟି ପିକଅପ ଭ୍ୟାନରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା ବେଳେ ଗାଡିଟିକୁ ଅଟକାଯାଇଥିଲା । ତେବେ 4ଟି ଗାଡି ଖସି ପଳାଇଥିବା ବେଳେ ହିନ୍ଦୁବାହିନୀ ଗୋଟିଏ ଗାଡିକୁ ଅଟକାଇଥିବା ସୂଚନା ମିଳିଛି । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
Download Argus News App
