ବୁଧବାର ବିଳମ୍ବିତ ରାତିରେ ବୁଲା ଗୋରୁଙ୍କୁ କିଛି ଗୋରୁ ବେପାରୀମାନେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଅଟକାଇ ପଚାରା ଉଚାରା କରୁଥିବା ବେଳେ ଘଟଣାସ୍ଥଳରୁ ଖସି ଯାଇଥିଲେ ବେପାରୀମାନେ । ଗୋଟିଏ ପଟେ ରାଜ୍ୟ ସରକାର ବୁଲା ପଶୁ ମାନଙ୍କ ପାଇଁ ଲକଡାଉନରେ ଖାଇବା ଯୋଗାଇଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏପଟେ ଗୋରୁ ବେପାରୀମାନେ ଗୋ ତସ୍କରୀ ଚଳାଇଥିବା ଦେଖିବାକୁ ମିଳିଛି ।
ରାତି ଅଧରେ ଚାଲିଛି ବେଆଇନ ଗୋ ଚାଲାଣ

ବାଲେଶ୍ୱର: ଲକଡାଉନ ସମୟରେ ଚାଲିଛି ଗୋ ତସ୍କରୀ । ସହରରରେ ଲକଡାଉନ ଚାଲିଥିବା ବେଳେ ଗୋରୁ ବେପାରୀ ମାନେ ବୁଲା ଗୋରୁ ଗାଈକୁ ଚାଲାଣ କରୁଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଆଶ୍ରମ ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
Download Argus News App
