ନିକଟସ୍ଥ ମାର୍ଥାପୁର ପ୍ରାଣୀ ଚିକିତ୍ସାଳୟରେ ଜଣେ ବି ଏଲ୍ଆଇ ନାହାନ୍ତି । ଭୂତକୋଠି ପାଲଟିଛି ଡାକ୍ତରଖାନା । ପାଖ ଗାଁ ଅଭୟମୁଖୀ ଏଲ୍ଆଇଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା ବେଳେ, ସେ ମଧ୍ୟ ସେଠାକୁ ଆସୁ ନଥିବା ଅଭିଯୋଗ ହେଉଛି । ସେପଟେ ଗୋ-ଚାଷୀମାନେ ଅଧିକରୁ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ୨୦୧୯ ମସିହା ବାତ୍ୟା ଫୋନି ପରେ ଏହି ରୋଗ ଆସିଛି। ଏହା ଏକ ବାୟୁଜନିତ ରୋଗ । ଏହା ଦ୍ବାରା ଆକ୍ରାନ୍ତ ହେଲେ ପ୍ରଥମେ ଗୋରୁ ଗାଇଙ୍କ ଦେହସାରା ଫଳି ଯାଇ ଥାଏ ।
ପରେ ଏହା ଫାଟି ଏଥିରୁ ପୂଜ ବାହାରି ଥାଏ । ଜ୍ବର ମଧ୍ୟ ହୋଇଥାଏ । ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କରାଗଲେ ଏହି ରୋଗରୁ ଲାଘବ ମିଳିବ । ଏଥିପାଇଁ କୌଣସି ଔଷଧ ନ ଥିବାରୁ ଛେଳିକୁ ଦିଆଯାଉଥିବା ଗୋଟ ଫକ୍ସ ସୁସ୍ଥ ଗାଈଗୋରୁଙ୍କୁ ଦିଆଯାଏ। ଯାହା ଦ୍ୱାରା କି ସେମାନଙ୍କୁ ଲମ୍ଫି ରୋଗ ହେବାର ଆଶଙ୍କା କମ୍ ଥାଏ ବୋଲି କହିଛନ୍ତି ବାଲିପାଟଣାର ପ୍ରାଣୀ ଚିକିତ୍ସା ଅଧିକାରୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।