କୋଣାର୍କ ମନ୍ଦିର ହେଉଛି ବିଶ୍ୱ ଐତିହ୍ୟ । ଆଉ ଏହି ସୁଷ୍ମ କାରୁକାର୍ଯ୍ୟର୍ର ରକ୍ଷଣାବେକ୍ଷଣରେ କେଉଁଠି ଅସୁବିଧା ରହୁଛି, ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଣାର୍କ ମନ୍ଦିର ଚକର ଜରାଜୀର୍ଣ୍ଣ ଅବସ୍ଥା ପର୍ଯ୍ୟଟକ ଓ ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି । କୋଣାର୍କ ଚକକୁ ନେଇ ଅନେକ ପୌରାଣିକ ତତ୍ୱ ରହିଛି । ମନ୍ଦିରରେ ୧୨ ଯୁଗଳ ଚକ ଯୋଗୁଁ ମନ୍ଦିର ରଥ ଆକୃତିର ଦେଖାଦେଇଥାଏ । ଚକଗୁଡିକ ସମୟକୁ ଦର୍ଶାଇଥାଏ । କିନ୍ତୁ ଏବେ ଏହି ଚକର ଅବସ୍ଥାକୁ ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।
ସେପେଟ କୋଣାର୍କ ଚକର ଅବସ୍ଥା ନେଇ ଏଏସଆଇ ଅଧିକାରୀ କହିଛନ୍ତି, ଚକରେ କୌଣସି ଫାଟ ସୃଷ୍ଟି ହୋଇନାହିଁ । ପୂର୍ବ ଅପେକ୍ଷା ଏବେ ଭଲ ଅବସ୍ଥାରେ ଅଛି । ମନ୍ଦି ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: