ବାଣ ବିସ୍ଫୋରଣରେ ୪ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅଘଟଣ। ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ୪ ଜଣ ଯୁବକ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏଭଳି ଥିଲା ଯେ କାହାର ଦେହର ଚୁଟି ପୋଡିଛି ତ କାହା ଦେହର ଚର୍ମ ଉଠି ଯାଇଛି। ଆହତ ଯୁବକ ମାନଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି।
Download Argus News App
