ଜଗନ୍ନାଥଙ୍କ ପ୍ରେମରେ ପାଗଳୀ କଲିକତାର ଏହି ମହିଳା ବ୍ୟାଙ୍କ ମ୍ୟାନେଜର। ଖାସ ମହାପ୍ରଭୁଙ୍କ ଲାଗି ବିବାହ ବି କରିନାହାଁନ୍ତି। ଆଉ ମହାପ୍ରଭୁଙ୍କ ଶ୍ରୀବିଗ୍ରହଙ୍କୁ କୋଳରେ ଧରି ସାରା ଭାରତ ବର୍ଷର ବିଭିନ୍ନ ତୀର୍ଥ କ୍ଷେତ୍ର ବୁଲାଉଛନ୍ତି। ଯେତେବେଳେ ଲମ୍ବା ବ୍ୟାଙ୍କ ଛୁଟି ମିଳେ ମହାପ୍ରଭୁଙ୍କ ବିଗ୍ରହଙ୍କୁ ତୀର୍ଥ କ୍ଷେତ୍ର ବୁଲାଇବାକୁ ଭୁଲନ୍ତି ନାହିଁ କଲିକତାର ଏହି ବ୍ୟାଙ୍କ ମ୍ୟାନେଜର ଅନାମିକା ସରକାର। ମାସକୁ ପାଉଥିବା ୬୦ହଜାର ଦରମା କେବଳ ମହାପ୍ରଭୁଙ୍କ ତୀର୍ଥ ଭ୍ରମଣରେ ହିଁ ସେ ଖର୍ଚ୍ଚ କରିଦିଅନ୍ତି ବୋଲି କହିଛନ୍ତି। ଆଉ ଏଇ ନିକଟରେ ମହାପ୍ରଭୁଙ୍କ ଏହି ପ୍ରତିମୂର୍ତ୍ତିକୁ ତିରୁପତି ଓ ବୃନ୍ଦାବନ ବୁଲାଇ ଆଣିଛନ୍ତି।
ସକାଳୁ ସକାଳୁ ମହାପ୍ରଭୁଙ୍କୁ ନେଇ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସମସ୍ତଙ୍କ ନଜର ପଡିଥିଲା ଅନାମିକାଙ୍କ ଉପରେ। ଭକ୍ତମାନେ ଦେଖି ଅବାକ ହୋଇଥିଲେ। କେତେ ନିଷ୍ଠା। ଜଣେ ଉଚ୍ଚଶିକ୍ଷିତା ଆଉ ଉଚ୍ଚ ପଦପଦବୀ ଥାଇ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି। ତେବେ ମହାପ୍ରଭୁଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ସମର୍ପିତ ବୋଲି କହିଛନ୍ତି ଅନାମିକା।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ