ବସନ୍ତ ଆକାଶ ରେ ଭସା ବାଦଲ ସାଙ୍ଗକୁ ଧରା ପୃଷ୍ଠରେ ଲାଲ ରଙ୍ଗର ପଲାସ ଫୁଲ l ଏ ଦୃଶ୍ୟ ଦେଖିଲେ ଲାଗୁଛି ଦୁହେଁ ଦୁହିଁଙ୍କୁ ଚାତକ ଭଳି ଚାହିଛି l ସୌନ୍ଦର୍ଯ୍ୟ ରେ ଭରପୁର ଏହି ପଲାସ ଫୁଲ କୁ ନେଇ ଅନେକ ଔଷଧୀୟ ଗୁଣ ରହିଛି l ପଳାସ ଫୁଲର ନା ଅଛି ବାସ୍ନା ତ ନା ଅଛି ଗନ୍ଧ ଏହାକୁ ନେଇ ପୌରାଣିକ, କିମ୍ବଦନ୍ତୀ ମଧ୍ୟ ରହିଛି l ଆଜିକାଲି ଯୁଗରେ ଏହି ଗଛକୁ ଲୋକେ କାଟି ଦେଉଥିବାରୁ କବିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସତରେ ବର୍ଷକୁ ଥର ଧରା ପୃଷ୍ଠ କୁ ଆସୁଥିବା ପଲାସ ଫୁଲରେ ଧରଣୀ ରାଣୀ ସଜେଇ ହୋଇଛି ଆଉ ଏହା ଏବେ ସମସ୍ତଙ୍କ ମନ କିଣୁଛି l