ଏହାପରେ ମଞ୍ଜୁଙ୍କ ଶବକୁ ତାଙ୍କ ନୂଆଗାଁ ସ୍ଥିତ ବାସଭବନକୁ ଅଣାଯାଇ ସେଠାରେ ଅନ୍ତେଷ୍ଟିକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ହଠାତ୍ ଏକ ବୁଲା ମାଙ୍କଡ଼ ଲୋକଙ୍କ ଗହଳି ଭିତରେ ପଶି ଶବକୁ ଧରି ବସିଲା ଆଉ ଶବ କୁ ଧରି କାନ୍ଦିବାକୁ ଲାଗିଲା। ଦିର୍ଘ ପାଞ୍ଚ ଘଣ୍ଟା ଏଭଳି ବସି ରହି ଶବକୁ ସଂସ୍କାର କରିବାକୁ ଛାଡ଼ିଲା ନାହିଁ । ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବୁଲା ମାଙ୍କଡ଼ଟି ସହିତ ମୃତ ମଞ୍ଜୁଙ୍କ ସହ କୌଣଷି ସମ୍ପର୍କ ନଥିବା ବେଳେ ମାଙ୍କଡ଼ଟି ତାଙ୍କ ଶବ ନିକଟରେ ଜଗୀ ରହିବା ଓ ଏହା ପରେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ମାଙ୍କଡ଼ଟି ଯିବାରୁ ପରେ ଯାଇ ଶବ ସତ୍କାର କରାଯାଇଥିଲା। ଏହା ଅଲୌକିକ କିମ୍ବା କଣ ତାହା କେହି ବୁଝି ପାରିନଥିଲେ ।

ଜଗତସିଂହପୁର: ଶବ ଜଗୀଲା ମାଙ୍କଡ଼ । ଶବ ପାଖରେ ବସିଲା, ଶବକୁ ଧରି କାନ୍ଦିଲା । ମିନିଟିଏ କି ଦଶ ମିନିଟ୍ ନୁହଁ । ପାଞ୍ଚ ଘଣ୍ଟା ଶବକୁ ଜଗି ରହିଲା ଆଉ ଶବକୁ ଛାଡ଼ିଲା ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବହୁ ଚର୍ଚିତ ପାରାଦୀପର ଢିଙ୍କିଆ ଚାରିଦେଶ କୁହାଯାଉଥିବା ନୁଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ । ଏହି ଗ୍ରାମର ମଞ୍ଜୁ ଦାସଙ୍କ ଛାତିରେ ଗତକାଲି ଜନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୁଜଙ୍ଗ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ମୟୂରଭଞ୍ଜ: ସତରେ ମୃତ୍ୟୁ କେମିତି ଆସେ ତାହା କେହି ଜାଣନ୍ତି ନାର୍ହି। ମୃତ୍ୟୁ ଆଗନ୍ତ ସୂଚନା ଦେଇନଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ବିଲରେ ହଳ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଘଣ୍ଡିଆବୁଡା ଗ୍ରାମରେ ।
ମୃତ ଦେହକୁ ବାଇକ ଯୋଗେ ଦଶ କିଲୋମିଟର ଦୂର ଘରକୁ ଆଣିଲେ ମୃତକଙ୍କ ସମ୍ପର୍କୀୟ। ତେବେ ସୂଚନାମୁତାବକ ଦେହ ଅସୁସ୍ଥ ଥାଇ ଦିନ ଦ୍ୱିପ୍ରହରରେ କାମରେ ନିୟୋଜିତ କରି ଟ୍ରାକ୍ଟର ମାଲିକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ। ଥାନାରେ ଅଭିଯୋଗ ପରେ ଟ୍ରାକ୍ଟର ଜବତ ଓ ମାଲିକ ଅଟକ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର ପାଇଁ ଇସ୍ରାଏଲ କଲା ଉଡାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ. ଯାତ୍ରୀ ଓ ମାଲ ପରିବହନରେ ସକ୍ଷମ ସ୍ୱୟଂଶାସିତ ଡ୍ରୋନର ପ୍ରାରମ୍ଭିକ ପରୀକ୍ଷା ଇସ୍ରାଏଲ୍ ଆରମ୍ଭ କରିଛି . ସରକାରଙ୍କ ନେତୃତ୍ୱାଧୀନ ଏହି ପାଇଲଟ୍ ପ୍ରକଳ୍ପକୁ ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ନାମରେ ଜଣାଯାଏ। ଏହାର ଲକ୍ଷ୍ୟ ହେଉଛି ଏକ ଜାତୀୟ ଡ୍ରୋନ୍ ନେଟଓ୍ବାର୍କ ସୃଷ୍ଟି କରିବା ଏବଂ ଡ୍ରୋନ୍ ଡେଲିଭରି ପାଇଁ ଆକାଶକୁ ପ୍ରସ୍ତୁତ କରିବା . ମାଲ ପରିବହନ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସମେତ ନୂତନ ପ୍ରଯୁକ୍ତିର ବ୍ୟାପକ ଏବଂ ବହୁମୁଖୀ ପରୀକ୍ଷଣ ପାଇଁ ଏହା ହେଉଛି ବିଶ୍ୱରେ ପ୍ରଥମ ପଦକ୍ଷେପ।
ଅଧିକ ପଢନ୍ତୁ : ଇରାନର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ
ପରିବହନ ମନ୍ତ୍ରଣାଳୟ, ଇସ୍ରାଏଲ ଇନୋଭେସନ ଅଥରିଟି, ଆୟଲୋନ ହାଇୱେ ଲିମିଟେଡ ଏବଂ ଇସ୍ରାଏଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ଏକ ମିଳିତ ସହଯୋଗରେ ଏହି ପ୍ରକଳ୍ପ ଏଭଳି ପ୍ରଯୁକ୍ତିର ପ୍ରଥମ ବ୍ୟବହାରକୁ ଚିହ୍ନିତ କରିଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଇସ୍ରାଏଲ୍ ସ୍ୱୟଂଶାସିତ ଉଡ଼ାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ କରିଛି। ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଗତ ସପ୍ତାହରେ ସମଗ୍ର ଇସ୍ରାଏଲରେ ପରୀକ୍ଷାମୂଳକ ଉଡ଼ାଣରେ 11ଟି ଡ୍ରୋନ୍ ଅପରେଟିଂ ଏବଂ ଡେଲିଭରି କମ୍ପାନୀ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ: ଆଜି ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ। ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ। ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ।
ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି।
ଅଧିକ ପଢନ୍ତୁ ଖେଳ ଖବର
