ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେବି ଖୋଳତାଡ଼ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ ।
ଏହା ବ୍ୟତୀତ ଏହି ମାମଲାରେ ରହସ୍ୟମୟୀଙ୍କ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, 'ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ କରାଯାଇଛି । ଡାଟା ଭେରିଫାଏ ହେଲା ପରେ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବୁ ।'