ଅଧିକ ପଢନ୍ତୁ : ନବୀନଙ୍କୁ ଜୟନାରାୟଣଙ୍କ କାଉଣ୍ଟର ଆଟାକ୍
ସେହିଭଳି 14 ହଜାର 853 ମାମଲା ସହିତ ମହିଳା ଅସଦାଚରଣରେ ଟପରେ ଓଡ଼ିଶା । ଯୌତୁକ ଜନିତ ମୃତ୍ୟୁରେ ବି ଓଡ଼ିଶା 6 ନମ୍ବରରେ । ସେହିଭଳି ଅପହରଣ ମାମଲାରେ ଓଡ଼ିଶାର ରାଙ୍କ 8ରେ । ସେପଟେ ଅପରାଧ କ୍ଷେତ୍ରରେ ଓଡ଼ିଶାର ଦଣ୍ଡବିଧାନ ହାର ମାତ୍ର 5.7 ପ୍ରତିଶତ। ମହିଳା ଅପରାଧ କ୍ଷେତ୍ରରେ ଏହା 8.3 ପ୍ରତିଶତ । ବିଭିନ୍ନ ମାମଲାର ତ୍ୱରିତ ଫଏସଲା ସହ ଦଣ୍ଡବିଧାନ ହାର ଯେଭଳି ଅଧିକ ରହିବ ସେଥିଘେନି ସରକାରୀ ସ୍ତରରେ ବାରମ୍ବାର ବୈଠକ କରାଯାଇ ନିର୍ଦ୍ଦେଶ ଦିଆଯାଉଥିବାବେଳେ ଜାତୀୟ ସ୍ତରରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦୁର୍ବଳ ରହିବା ଉଦବେଗ ସୃଷ୍ଟି କରିଛି ।
କେବଳ ସେତିକି ନୁହେଁ ମାମଲା ଫଏସଲା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟର ପ୍ରଦର୍ଶନ ସେତେ ଭଲ ନୁହେଁ । ବିଚାର ପ୍ରତୀକ୍ଷାରେ ଥିବା ଅଧିକାଂଶ ଅପରାଧିକ ମାମଲାର ୧୦ ପ୍ରତିଶତ ମଧ୍ୟ ଗୋଟିଏ ଗୋଟିଏ ବର୍ଷରେ ଶେଷ ହୋଇପାରୁନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ପ୍ରାୟ ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି, ଯେଉଁଥିରୁ ପାଖାପାଖି ୧୧ଲକ୍ଷ ହେଉଛି ଅପରାଧିକ ମାମଲା ।