ଏହାପରେ କେତେ ଦୂରତାରୁ ଓ କିଭଳି ଗୁଳି କରିଥିଲା ତାର ଡେମୋ ଦେଖାଇଥିଲା ଗୋପାଳ । ସମସ୍ତ ଦୃଶ୍ୟର ଭିଡିଓଗ୍ରାଫି କରାଯାଇଛି । ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି କ୍ରାଇମ୍ ସିନ୍ ରିକ୍ରିଏସନର ଦୃଶ୍ୟ । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ ।
ଅଧିକ ପଢନ୍ତୁ:ପ୍ରଭାବଶାଳୀ ନେତାଙ୍କ ଦେହରେ ହାତ ମାରି ପାରିବ ତ କ୍ରାଇମବ୍ରାଞ୍ଜ ?
ଡେମୋ ଦେଖାଇଲା ଗୋପାଳ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ବ୍ରଜରାଜନଗର ଗାନ୍ଧି ଛକରେ ହେଲା କ୍ରାଇମ୍ ସିନ୍ ରିକ୍ରିଏସନ । କେମିତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିଲା, କ୍ରାଇମବ୍ରାଞ୍ଚକୁ ତାର ଡେମୋ ଦେଖାଇଲା ଅଭିଯୁକ୍ତ ଗୋପାଳ ଦାସ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋପାଳକୁ କ୍ରାଇମ ସ୍ପଟ୍ କୁ ନେଇଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।
Download Argus News App
