ଅର୍ଗସ ବ୍ୟୁରୋ : ବ୍ଲକବଷ୍ଟର ମୁଭି 'ଜୱାନ'ର ସଫଳତା ପରେ ଏବେ ଚର୍ଚ୍ଚାରେ ରହୁଛନ୍ତି ଶାହରୁଖ ଖାନ. ନିଜର ଦମଦାର ଅଭିନୟକୁ ନେଇ ତାଙ୍କ ଫ୍ୟାନମାନଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି. ତେବେ ଶାହାରୁଖ ନିଜ ଏକ୍ସ ହ୍ୟାଣ୍ଡଲରେ "ଆକ୍ସ ଶାହରୁଖ"କୁ ନେଇ ଏକ ହ୍ୟାସଟ୍ୟାଗ ସହ ପୋଷ୍ଟ କରିଥିଲେ. ଯାହାକୁ ନେଇ ଜଣେ ଫ୍ୟାନ ତାଙ୍କ ନିଜ ଫୋଟୋ ମନ୍ନତ ସାମ୍ନାରେ ଛିଡା ହୋଇ ପୋଷ୍ଟ କରିବା ସହ ଲେଖିଥିଲେ, ଶାହାରୁଖ, ମୁଁ ବର୍ତ୍ତମାନ ଆପଣଙ୍କ ମନ୍ନତ ପାଖରେ ହିଁ ଅଛି. ସେଠାରେ ଆପଣଙ୍କ ଠାରୁ ବର୍ତ୍ତମାନ ମୁଁ ଗୋଟେ ହ୍ୟାଲୋ ଆଶା କରି ପାରିବି କି ? କିମ୍ବା ଟ୍ବିଟରରେ ଗୋଟେ ରିପ୍ଲାଏ ପାଇ ପାରିବି କି ?
ତେବେ ଶାହରୁଖ ଏହାକୁ ନେଇ ମଜାଦାର ରିପ୍ଲାଇ ଦେଇଛନ୍ତି. ସେ ଲେଖିଛନ୍ତି, "ମୁଁ ବର୍ତ୍ତମାନ ମୋ କାମରେ ଅଛି, ମନ୍ନତରେ ନାହିଁ. ଚେକ କରନ୍ତୁ ତ ସେଠାରୁ ସବୁ ଠିକଠାକ ଅଛି କି ନାହିଁ". ଶାହାରୁଖଙ୍କ ଏହି ରିପ୍ଲାଇକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି. ଏହାକୁ ନେଇ ପୁଣିଥରେ ତାଙ୍କ ଫ୍ୟାନ ଲେଖିଛନ୍ତି, "ମୁଁ ବି ମଜା କରୁଥିଲି ସାର. ମୁଁ ମଧ୍ୟ ଏବେ କାମରେ ଅଛି. ଖୁବଶୀଘ୍ର ମନ୍ନତ ଆସୁଛି". ତେବେ ଶାହରୁଖଙ୍କ ଫିଲ୍ମ କଥା କହିଲେ, ଏବେ ଶାହରୁଖଙ୍କ ୨ ଟି ମୁଭି 'ପଠାନ' ଏବଂ 'ଜୱାନ' ବେଶ ସଫଳତା ପାଇଛି.