ଅଧିକ ପଢନ୍ତୁ ଓଡ଼ିଶା ଖବର
ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷାରେ ରାଜନଗର ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ଜଳ ମଗ୍ନ ହୋଇଛି । ସେଥିପାଇଁ କୁମ୍ଭୀର ମାନେ ନଦୀରୁ ଉଠି ଆସି ଜନବସତୀ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଯଦି କୁମ୍ଭୀର ଲୋକ ମାନଙ୍କ ନଜରକୁ ଆସି ଯାଉଛି ତାହେଲେ ତୁରନ୍ତ ବନ ବିଭାଗ କୁମ୍ଭୀରକୁ ରେସକ୍ୟୁ କରି ବାଉଁଶଗଡ଼ ନଦୀରେ ନେଇ ଛାଡି ଆସୁଛି । ଯଦି କୁମ୍ଭୀର ଲୋକ ମାନଙ୍କ ନଜରକୁ ନ ଆସିଲା ତାହା ଲୋକ ମାନଙ୍କ ପାଇଁ କାଳ ହେଉଛି । ରାଜନଗର ବ୍ଲକରେ ଏହା ବାରମ୍ବାର ହେଉଛି ଗତ କାଲି ରାତି ଚାନ୍ଦି ବାଉଁଶମୂଳ ପଞ୍ଚାୟତରୁ କାଙ୍ଗାଳି ପତ୍ରଙ୍କ ଘର ପଛପଟୁ ଏକ ୧୩ ଫୁଟର ଅଣ୍ଡିରା ବଉଳା କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି ।
ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ କିନ୍ତୁ ବନ ବିଭାଗ କେମିତି କୁମ୍ଭୀର ମାନେ ଜନବସତୀ ଅଞ୍ଚଳକୁ ନ ଆସିବେ ସେ ବ୍ୟବସ୍ଥା କରି ନାହିଁ । କେବଳ ଦୂର ଯନ୍ତ୍ର, ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରୁଛି । ଅପର ପକ୍ଷରେ କୁମ୍ଭୀର ଛଡେଇ ନେଇଛି ଲୋକ ମାନଙ୍କ ଆୟ, ଯେଉଁ ଲୋକ ମାନେ ନଦୀକୁ ଯାଇ ମାଛ ଧରି ନିଜ କୁଟୁମ୍ବ ପଶୁଥିଲେ ଏବେ ନଦୀର ନାଁ ଶୁଣିଲେ ଡରୁଛନ୍ତି ।