ଅନ୍ୟପଟେ ଆଉ ଦିନ କେଇଟା ପରେ ନନ୍ଦନକାନନ ପର୍ଯ୍ୟଟକଙ୍କୁ ଭେଟି ଦବ, ଧଳା ସିଂହ । ଗୌରବମୟ ଇତିହାସରେ ଯୋଡି ହେବ ଆଉ ଗୋଟିଏ ନୂଆ ଫର୍ଦ୍ଦ । ବିଦେଶରୁ ଧଳା ସିଂହ ନନ୍ଦନକାନନ ଆଣିବାକୁ ଯୋଜନା କରାଯାଉଛି । ଏମିତିକି ଏହି ଯୋଜନା ଚୂଡାନ୍ତ ହେଲାଣି ବୋଲି ମଧ୍ୟ କୁହାଯାଉଛି । କେନ୍ଦ୍ରୀୟ ଚିଡିଆଖାନାର ଅନୁମୋଦନ ପରେ ନନ୍ଦନକାନନରୁ ଧଳା ବାଘ ବିନିମୟରେ ଇନ୍ଦୋର ଚିଡିଆଖାନାରୁ ଗଣ୍ଡା, ବିଟ୍ ଟେଲ୍ ମକାଉ ଏବଂ ଓଲଉ ଗିବନ ଭଳି ଯନ୍ତୁ ଆଣିବାକୁ ଯୋଜନା କରାଯାଉଛି। ଏହି କ୍ରମରେ ବିଦେଶୀ ଚିଡିଆଖାନାରୁ, ଧଳା ସିଂହ, ଜେବ୍ରା ଓ କଙ୍ଗାରୁ ଆଣିବାକୁ ଯୋଜନା ଚୁଡାନ୍ତ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ୱର: ଜଳହସ୍ତୀ ଖୁଆଡରେ କୁମ୍ଭୀର । ନନ୍ଦନକାନନ ପ୍ରାଣୀଉଦ୍ୟାନର ଜଳହସ୍ତୀ ରହୁଥିବା 63 ନଂ ଖୁଆଡ଼ରେ ଏକ 3-ଫୁଟିଆ ମଗର କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ । କିଛି ପର୍ଯ୍ୟଟକ ଦେଖି ହୋହାଲ୍ଲା କରିବାରୁ କର୍ତ୍ତୃପକ୍ଷ କୁମ୍ଭୀରଟିକୁ ବାହାର କରିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଅନ୍ୟପଟେ ଗତକାଲି ନନ୍ଦନକାନନରେ ସିଂହୀର ମୃତ୍ୟୁ ହୋଇଥିଲା । ଚିତି ସାପ କାମୁଡ଼ାରେ ସିଂହୀର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିଲା । ୩୦ନଂ ଖୁଆଡରେ ମୃତ ଆଫ୍ରିକୀୟ ସିଂହୀଟି ରହୁଥିଲା । ସାପ କାମୁଡିବା ପରେ ସିଂହୀର ଅବସ୍ଥା ଧିରେ ଧିରେ ଗୁରୁତର ହେବାରେ ଲାଗିଥିଲା । ପ୍ରାଣୀ ଉଦ୍ୟାନ ଡାକ୍ତରଙ୍କ ଚେଷ୍ଟା ପରେ ବି ସିଂହୀଟି ଆଖି ବୁଜିଥିଲା ।
