ଆଜକୁ ପ୍ରାୟ ଦୁଇ ଶହ ବର୍ଷ ପୂର୍ବରୁ ବାବାଙ୍କୁ ଏକ ବାଲିବନ୍ତରୁ ଉଦ୍ଧାର କରାଯାଇ ସେହିଠାରେ ତାଙ୍କର ନୀତିକାନ୍ତି ଓ ପୂଜାର୍ଚନା ଆଦି କାର୍ଯ୍ୟ ହୋଇଆସୁଅଛି l କିମ୍ବଦନ୍ତୀ ରହିଛି ଏକ କଳା ଗାଈ ର ଆଗମନରୁ ବାବାଙ୍କୁ ସନ୍ଧାନ ମିଳିଥିଲା l ଜଣେ ସାଧୁ କିଛି ଗାଈ ରଖିଥିଲେ ତାଙ୍କ ଉଦେଶ୍ୟରେ ଏକ ବେହେରା କୁ ନିୟୋଜିତ କରିଥିଲେ l ଦୈନିକ ବେହେରା ଗାଈ ବଣକୁ ଚରାଇବା ପାଇଁ ନିଅନ୍ତି ସନ୍ଧ୍ୟା ହେବା ପୂର୍ବରୁ ବନ୍ତ ଉପରେ ଥିବା ଏକ ସ୍ଥାନରେ କୁଡ଼ିଆରେ ରୁହନ୍ତି l ଗୋଟେ କଳା ଗାଈ ବାଛୁରୀ ଛୁଆଟେ ଜନ୍ମ ଦେଇଥିଲା l ସେହି ଗାଈର ଫହ୍ନl ମଧ୍ୟ ବେଶ ବଡ଼ ଥିଲା କିନ୍ତୁ କୁଡ଼ିଆକୁ ଫେରିଲାପରେ ଆଉ କ୍ଷୀର ନଥାଏ l ଏଣୁ ସାଧୁ ଜଣକୁ ବେହେରାକୁ ପଚାରନ୍ତି ଗାଈ ର କ୍ଷୀର ସବୁ କିଏ ନେଉଛି ? କିନ୍ତୁ ବେହେରା ମଧ୍ୟ ତାହା ଜାଣିପାରେନି ସତରେ କ୍ଷୀର ସବୁ ଯାଉଛି କୁଆଡେ l
ଦିନେ ବେହେରା ଜଣକ ଗାଈକୁ ପିଛା କରି ଦେଖିଲେ ଯେ ଏକ ବଡ଼ ବାଲି ବନ୍ତ ଉପରେ ଗାଇ ଛିଡା ହୋଇଛି । ଏକ ନାଗ ସାପ ତାର ଚେରରୁ କ୍ଷୀର ପିଉଛି l ସିଏ ତାହା ଦେଖି ପାଟି କରିଥିଲା ଆଉ ସେଠାକୁ ଯାଇଁ ଦେଖିଲା ଯେ ସାପ ଟି ବନ୍ତ ଉପରେ ଥିବା ଏକ ଗାତ ଭିତରକୁ ପସିଯାଉଛି l ବେହେରା ରାଗରେ ପାଞ୍ଚଣ ସାହାଯ୍ୟରେ ଗାତ ଭିତରକୁ ପାଞ୍ଚଣ ଭର୍ତ୍ତୀ କରିଥିଲା l ତାପରେ ସାଧୁ ଙ୍କୁ ସମସ୍ତ କଥା କହିଥିଲା ଆଉ ସାଧୁ ଙ୍କୁ ମଧ୍ୟ ସେହିଦିନ ରାତି ଏକ ସ୍ୱପ୍ନାଦେଶ ହୋଇଥିଲା l ସାଧୁ ସକାଳୁ ନିକଟରେ ଥିବା କିଛି ବ୍ୟକ୍ତିଙ୍କୁ ଏକାଠି କରି ସ୍ୱପ୍ନାଦେଶ ସମ୍ପର୍କ ରେ ସମସ୍ତ କଥା କାହିଁ ପରାମର୍ଶ ଦେଇଥିଲେ l ଏଠାରେ ମହାଦେବ ବିରାଜିତ ଏଣୁ ଏହାର ଚତୃପାର୍ଶ୍ୱ କୁ ଖୋଳାଯାଉ l ତାପରେ ବାଲି ବନ୍ତ କୁ ଖୋଲାଯାଇଥିଲା ପ୍ରଥମେ ଏକ ଶିବ ଲିଙ୍ଗ ର ଦର୍ଶନ ମିଳିଥିଲା ଲିଙ୍ଗର ଉପରେ ଭାଗରେ ଗାଈର ଗୋଉଁଠି ଚି଼ହ୍ନ ସାଙ୍ଗକୁ ଲିଙ୍ଗର ବାମ ପାର୍ଶରେ ଏକ ପଞ୍ଚାଣ ର ଦାଗ ଦେଖାଯାଇଥିଲା l
ତାପରେ ସେଠାରେ ପୂଜାର୍ଚନା କରାଯାଇ ଏକ ଛୋଟ କୁଡିଆଟେ ନିର୍ମାଣ କରି ଦୈନିକ ପୂଜାନୀତି କାର୍ଯ୍ୟ କରାଗଲା। ବାବା ବାଲି କପିଳେଶ୍ୱର ଙ୍କ ପୀଠରେ ଗାଈ ଓ ମଇଁଷି ଙ୍କର ଏକ ବଡ଼ ଗୋଠ ରହିଛି ଆଉ ତାଙ୍କର ଲାଳନପାଳନ ପାଇଁ ବେହେରାଙ୍କର ବନ୍ଦୋବସ୍ତ କରାଯାଇଛି l ସକାଳେ ସନ୍ଧ୍ୟାରେ ଗାଈ କ୍ଷୀରରେ ଖିରି ବାବା ବାଲିକପିଳେଶ୍ୱର ନିକଟରେ ଲାଗିହୋଇଥାଏ l କଳାକ୍ରମେ ବାବା ଙ୍କ ମହିମା ବ୍ୟାପିବାରେ ଲାଗିଲା l ଗୋଡ଼ ହାତ ହାଡ଼ ଆଦି ଭାଙ୍ଗିଗଲେ ଲୋକେ ଆସି ମାନସିକ କରି ବାଲି ବୋଳିହୋଇ ଗଲେ ଭଙ୍ଗା ହାଡ଼ ଯୋଡି ହୋଇଯାଏ l
ଏମିତି କି ବଡ଼ ବଡ଼ ମେଡିକାଲରୁ ହାଡ ଭଙ୍ଗା ରୋଗୀ ଏଠାକୁ ଆସି ସମ୍ପୂର୍ଣ ସୁସ୍ଥ ହୋଇଥାନ୍ତି ବୋଲି କହିଛନ୍ତି ଶ୍ରଦ୍ଧାଳୁ l ପ୍ରତି ବର୍ଷ ଶିବରାତ୍ରିରେ ଲକ୍ଷାଧିକ ମାନସିକଧାରୀ ଭକ୍ତମାନେ ଉଜାଗର ହୋଇ ଶିବରାତ୍ରି ରେ ଦ୍ୱୀପ ଜାଳି ଅଙ୍ଗ ଦାନ କରିଥାନ୍ତି l ନିଃସନ୍ତକମାନେ ଆସି ଗୁଆ ବସାଇ ପୂଜାର୍ଚନା କରି ସୁଫଳତା ଲାଭ କରିଛନ୍ତି I