ପ୍ରସିଦ୍ଧ ଶୈବପୀଠ ତଥା ପାଟଣା ଇତିହାସର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଓଡ଼ିଶାର ହରିଶଙ୍କର ପୀଠରେ ବର୍ଷ ଶେଷ ଦିନ ହୋଇଥିବାରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମାନଙ୍କର ଭିଡ ଜମିବାରେ ଲାଗିଛି। ଆବହମାନ କାଳରୁ ଏହି ପୀଠରେ ହରି ଓ ଶଙ୍କର ଏକାଠି ଗୋଟିଏ ଜାଗାରେ ପୂଜା ପାଉଥିବାରୁ ପ୍ରତିବର୍ଷ ଏହି ପବିତ୍ର ସ୍ଥାନକୁ ଏହି ସମୟରେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଗନ୍ଧମାର୍ଦନ ପାଦଦେଶରେ ଗଢି ଉଠିଥିବା ଏହି ହରିଶଙ୍କର ପାହାଡ଼ରୁ କୁଳୁକୁଳୁ ନାଦ କରି ବୋହିଆସୁଥିବା ପାପନାଶିନୀ ଝରଣାରେ ଗାଧୋଇବାର ମଜା ନେଇଥାନ୍ତି। ଏଠି ବୁଡ଼ ପକାଇଲେ ବହୁ ଜନ୍ମର ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ହରିଶଙ୍କର ପୀଠରେ ଥିବା କୁଳୁକୁଳୁ ପାପନାଶିନୀ ଝରଣା ଓ ସେଲାପଥରରେ ଗାଧୋଇବା ଏକ ନିଆରା ମଜାରହିଛି । ସେଥିପାଇଁ ଓଡ଼ିଶା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ। ବଣପାହାଡ଼ ଘେରା ତଳେ ଦେଖିବାକୁ ମିଳିଥିଲା ବଣଭୋଜିର ଆସର କିଏ ଆମିଷ ରୋଷେଇ କରୁଛି ତ କିଏ ନିରାମିଷ। ପର୍ଯ୍ୟଟକ ମାନଙ୍କ ଖୁସି ପାଇଁ ବନବିଭାଗ ଦ୍ୱାରା କରାଯାଇଥିବା ମୃଗବିହାର ଆହୁରି ଖୁସି ଆଣିଦେଇଥାଏ। ଏହି ହରିଶଙ୍କରରେ ରାତ୍ରି ରହଣି ପାଇଁ କୌଣସି ପ୍ରକାର ସୁବିଧା ନ ଥିବାରୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି। କିଛି ପର୍ଯ୍ୟଟକ ମାନେ କହିଛନ୍ତି ଯେ ଏହି ସ୍ଥାନକୁ ଆହୁରି ସଫା ସୁତୁରା କରିବା ପାଇଁ ଦାବି କରିଛନ୍ତି।
ପର୍ଯ୍ୟଟନ ଖବର ଆହୁରି ପଢ଼ନ୍ତୁ ।