ଆଠଗଡ ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରୁ ମାତ୍ର 12 କିଲୋମିଟର ଦୂରରେ ରହିଛି ଏହି ଝରଣା । ଦେଓଝର ଜଳପ୍ରପାତ କଟକ ଜିଲ୍ଲାର ଏକ ଅନ୍ୟତମ ପ୍ରାକୃତିକ ଜଳ ପ୍ରପାତ । ନିକଟରେ ସେଠାରେ ଏକ ପାର୍କ ହୋଇଛି । ଦେଓଝର ଜଳପ୍ରପାତଟି ହିନ୍ଦୋଳ ଓ ନରସିଂହପୁର ପୂର୍ବରେଞ୍ଜ ନିକଟ ତାଳପୁଞ୍ଜି ଗାଁ ନିକଟରେ ଅବସ୍ଥିତ ।
ତେବେ ଏହି ଜଳପ୍ରପାତଟି କଟକ ଠାରୁ ମାତ୍ର ୧୧୨ କିଲୋମିଟର, ଭୁବନେଶ୍ୱରରୁ ୧୩୨ କିଲୋମିଟର, ଅନଗୁଳରୁ ୫୭କିଲୋମିଟର, ପୁରୀରୁ ୧୪୦ କିଲୋମିଟର । ପୂର୍ବରୁ ଏହି ଜାଗାର ନାଁ ଦିଅଁଝର ଭାବେ ଥିଲା । ଏବେ ଦେଓଝର ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି ।
ଜଙ୍ଗଲ ଘେରା ମଧ୍ୟରେ ଥିବା ଏହି ଜଳ ପ୍ରପାତଟି ସମସ୍ତଙ୍କୁ ଆକୃଷ୍ଟ କରୁଛି । ବିଶେଷ କରି ଶୀତଦିନେ ଏଠାରେ ପିକନିକର ମଜା ଦର୍ଶକ ଉଠାଇଥାନ୍ତି । ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଜଳପ୍ରପାତଟି ସର୍ବୋତ୍ତମ । ଏଠାରେ କାର୍ ପାର୍କିଂ ସହ ଭୋଜି କରିବା ନିମିତ୍ତ ସମସ୍ତ ସରଞ୍ଜାମ ଉପଲବ୍ଧ ଥାଏ । ପାର୍କିଂ ନିକଟରେ ମଧ୍ୟ କିଛି ଖାଦ୍ୟ ସାମଗ୍ରୀ ଓ ଏକ ହୋଟେଲ ରହିଛି ।
ତେବେ ପର୍ଯ୍ୟଟନ ଋତୁର ଆଗମନ ପରେ ଜଳପ୍ରପାତ ନିକଟରେ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି । ନୂଆବର୍ଷ ରେ ଯଦି ଆପଣ କେଉଁଆଡେ ବୁଲିବାକୁ ଯିବା ପାଇଁ ପ୍ଲାନ ତିଆରି କରୁଥିବେ ଆଗେ ଦେଓଝର ଯିବା ପାଇଁ ଥରେ ଖସଡ଼ା ପ୍ରସ୍ତୁତ କରନ୍ତୁ । ବଣଭୋଜି କରି ଏହି ସୁନ୍ଦର ପରିବେଶର ମଜା ନିଅନ୍ତୁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।